ଖାସବାହାଲ ଗାଁରେ ନିଜ ମା’ଙ୍କ ଘରେ ମହିଳାଙ୍କ ଆତ୍ମହତ୍ୟା : ମୃତ ଦେହ ଉଦ୍ଧାର କଲା ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଖାସବାହାଲ ଗାଁରୁ ଜଣେ ମହିଳାଙ୍କ ଆତ୍ମହତ୍ୟା କରିଥିବା ମୃତ ଦେହକୁ ଉଦ୍ଧାର କଲା ପୁଲିସ । ସୂଚନା ମତେ ମହିଳା ଜଣକ ମଲ୍ଲି ଭୋଇ(୪୫) । କର୍ଲ।ମୁଣ୍ଡା ବ୍ଳକ ଅଞ୍ଚଳରେ ବାହା ହୋଇଥିଲେ । ନିଜ ମା’ଙ୍କ ଘରକୁ ଆସି ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳାଙ୍କର ଦୁଇଟି ପିଲା ଥିବା ଜଣାପଡିଛି ତେବେ କେଉଁ କାରଣରୁ ମହିଳା ଜଣଙ୍କ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.