oom

ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧାଙ୍କ ସମୁଦ୍ରକୂଳ ପୁରୁଣା ପୋଡମପେଟା ଗ୍ରାମରେ ବିତୁଛି ଜୀବନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଜୈନେକ ବୃଦ୍ଧା ସମୁଦ୍ରକୂଳରେ ରହିଥିବା ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡମପେଟା ଗ୍ରାମରେ ସତେ ଯେମିତି ଏକ ଘରିଆ ଭାବେ କାଲତିପାତ କରୁଛନ୍ତି ।ସୂଚନା ଯୋଗ୍ୟ ଯେ, ସେ ହେଉଛନ୍ତି ଜେ. ସନ୍ୟାସୀଙ୍କ ବୃଦ୍ଧା ବିଧବା ପତ୍ନୀ ନାନାମା । ଆଧାର କାର୍ଡରେ ବୃଦ୍ଧାଙ୍କ ବୟସ ୬୮ ରହିଥିଲେ ମଧ୍ୟ ପ୍ରକୃତ ବୟସ ତାଙ୍କର ୯୦ବର୍ଷ ରୁ ଉର୍ଦ୍ଧ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଏପରି ଅସମୟରେ ତାଙ୍କର ଅବିବାହିତ ଝିଅ ଜେ. ସୁକାନ୍ତି (୪୮) ସାହା ହୋଇଛନ୍ତି । ମୂଲ ଖଟି ସେ ତାଙ୍କର ଦାୟିତ୍ୱ ନେଇ ମୁହଁକୁ ଆହାର ଦେବା ସହ ସେବା କରି ଆସୁଛନ୍ତି । ଝିଅଟି ଅବିବାହିତ ରହିଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ଅବିବାହିତ ଭତ୍ତା ମିଳୁ ନଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ କାମ ଧନ୍ଦା ନ ପାଇ ଘରେ ବସିବାକୁ ପଡୁଛି । ମା’ର ୫ ଶହ ଭତା ଟଙ୍କା ଏବଂ ଦୁଇ ଜଣଙ୍କ ୧୦ କିଲୋ ରାସନ ଚାଉଳରେ ହିଁ କଷ୍ଟେ ମଷ୍ଟେ ଚଳିବାକୁ ପଡୁଛି ଦୁଇ ପ୍ରାଣୀଙ୍କ । ଗ୍ରାମଟିର ଅଧା ଅଶଂ ସମୁଦ୍ର ମଧ୍ୟରେ ଲୀନ ହୋଇଯାଇଥିବା ଯୋଗୁଁ ୨୦୦୭ ମସିହାରେ ୧୨୦ ପରିବାର ରାମଗଡ଼ ପଞ୍ଚାୟତର ଦୁମୁନାଗିରି ପାହାଡ଼ ପାଦ ଦେଶରେ ଏବଂ ୨୦୧୫ ମସିହାରେ ୪୦୦ ପରିବାରକୁ ପାଳିବନ୍ଧ ପଞ୍ଚାୟତର ପାଲୁରୁ ସାହେବ କେନାଲ ପାର୍ଶ୍ୱରେ ଜିଲ୍ଲା ପ୍ରଶାସନ ଥଇଥାନ କରିଥିଲା । ହେଲେ ବୃଦ୍ଧାଙ୍କ ପାଇଁ କୌଣସି ସ୍ଥାନରେ ଥଇଥାନ ବ୍ୟବସ୍ଥା ପାଇଁ ବିଚାରକୁ ନିଆଯାଇନଥିଲା । ବର୍ତ୍ତମାନ ସମୁଦ୍ରର କିଛି ଟା ଦୂରରେ ସତେ ଯେମିତି ଏକ ଘରିଆ ଭାବେ ମା’ ଓ ଝିଅ ଏକ ଘରେ ନିସଙ୍ଗ ଜୀବନ ଯାପନ କରୁଛନ୍ତି । ସ୍ୱାମୀ ୨୭ ବର୍ଷ ହେଲା ଆର ପାରିକି ଚାଲିଯାଇଛନ୍ତି । ବୃଦ୍ଧା ଜଣକ ବାର୍ଦ୍ଧକ୍ୟ ଯୋଗୁଁ ଠିକ୍‌ ଭାବେ ଚାଲି ପାରୁ ନାହାନ୍ତି ହେଲେ ଅନିଶ୍ଚିତ ଭବିଷ୍ୟତକୁ ନେଇ ବୃଦ୍ଧା ମା’ ଓ ଝିଅ ଦୁର୍ଦ୍ଦିନରେ କାଳାତିପାତ କରି ଚାଲିଛନ୍ତି । ସନ୍ଧ୍ୟା ଆସିଲେ ସତେ ଯେମିତି ଚାରି ଆଡ଼େ ଅନ୍ଧାର ଦେଖାଯାଉଛି । ସମୁଦ୍ର ଲହଡିର ଶବ୍ଦକୁ ଗଣି ରାତ୍ରି ବିତୁଛି ସେମାନଙ୍କର । ଏ ନେଇ ସ୍ଥାନୀୟ ସରପଞ୍ଚ ଦିଲିପ ଛୋଟରାୟଙ୍କ ପ୍ରତିକ୍ରିୟା ନେବାରେ ସେମାନଙ୍କ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ପ୍ରଶାସନକୁ ଲିଖିତ ଭାବେ ଜଣାଇଛି ବୋଲି କହିଛନ୍ତି ।ଏବଂ ତୁରନ୍ତ ତାଙ୍କୁ ପ୍ରଶାସନ ଆବାସ ଯୋଜନାରେ ଥଇଥାନ କରିବା ସହ ଉଭୟଙ୍କୁ ୩୫ କିଲୋ ଚାଉଳ, ଝିଅକୁ ଅବିବାହିତ ଭତା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.