ଗତ ୨୪ ଘଂଟାରେ ରାଜ୍ୟରେ ୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ୮୪୪୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୮, ବାଲେଶ୍ୱରରୁ ୫୦, ବରଗଡ଼ରୁ ୬, ଭଦ୍ରକରୁ ୮, କଟକରୁ ୫୬, ଦେବଗଡରୁ ୯, ଢେଙ୍କାନାଳରୁ ୬, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୪, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୯, କେଉଁଝରରୁ ୧୮, ଖୋର୍ଦ୍ଧାରୁ ୨୧୪, କୋରାପୁଟରୁ ୧୧, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୭, ନୟାଗଡ଼ରୁ ୧୦, ନୂଆପଡାରୁ ୧, ପୁରୀରୁ ୨୯, ରାୟଗଡାରୁ ୧୨, ସମ୍ୱଲପୁରରୁ ୧୮, ସୁନ୍ଦରଗଡରୁ ୬ ଓ ଷ୍ଟେଟ ପୁଲରୁ ୪୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.