୭ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନାରେ ଜଣେ କର୍ମଚାରୀଙ୍କ ଘରେ ଏକ ଅଜଗର ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ଦେବା ପରେ ବିକି ଘଟଣା ସ୍ଥାନରେ ପହଁଚି ୭ ଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ଜଙ୍ଗଲରେ ୭ ଫୁଟର ଅଜଗର ସାପକୁ ସାପ ଧରାଳୀ ବିକି ଛାଡି ଦେଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.