csstore

ସାଲେଭଟାରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରାବଣ ପୂର୍ଣ୍ଣିମା ଶୁଭ ଦିବସରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଜୟନ୍ତୀ ତଥା ରକ୍ଷା ବନ୍ଧନ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ୱାଟସ୍‌ଏପ ମାଧ୍ୟମରେ ପ୍ରକୃତି କବି ଗଂଗାଧର ମେହେରଙ୍କ ଜୀବନୀ ଓ ସାହିତ୍ୟ ସୃଷ୍ଟି ସମୂହ ଏବଂ କବି ବ୍ୟବହାର କରୁଥିବା ଦୁଆତ, କଠାଉ, ଲେଖନୀଗୁଡିକର ଫଟୋଚତ୍ର ପଠାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ଏଥି ସହିତ ବୃକ୍ଷ ଅମ୍ଲଜାନ ଯୋଗଇ ଆମର ଜୀବନକୁ ସୁରକ୍ଷା ପ୍ରଦାନ କରୁଛି । ତେଣୁ ଗଛ ହିଁ ଆମର ପ୍ରକୃତ ରକ୍ଷକ ଓ ଭାଇ ବୋଲି କାର୍ଯ୍ୟକ୍ରମରେ ମତବ୍ୟକ୍ତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ଥିବା ଗଛଗୁଡିକୁ ଭାଇ ଭାବନାରେ ରେଡକ୍ରସ ତରଫରୁ ପୂଜା କରାଯାଇ ରାକ୍ଷୀ ବନ୍ଧା ଯାଇଥିଲା । କାର୍ଯ୍ୟକ୍ରମକୁ ଇକୋ କ୍ଲବର ସଂପାଦକ ଶିକ୍ଷୟିତ୍ରୀ ଧରିତ୍ରୀ ସାହୁ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସଦାନନ୍ଦ ଭୋଇ, ଗୋବିନ୍ଦ ଭୋଇ, ନେତ୍ରାନନ୍ଦ ସାହୁ, ଗୋବିନ୍ଦ ସାହୁ, କାଂଚନ ହୋତା, ଅଳକା ପଣ୍ଡା, କୁନ୍ତି ପଧାନ, ନିର୍ମଳା ବାଗ, ଦଶରଥ ପଟେଲ, ରୁଦ୍ରକାନ୍ତ ମେହେର, ଅନନ୍ତ ମେହେର, ବିନୟା ସାହୁ, ଲିିଲୀ ରଣା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.