jayashree

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁମ୍ବାଇର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ୍ ପେଣ୍ଡାରକର ନିଶୁଳ୍କ ଭାବରେ ଏହି ଶିବିରରେ ରୋଗୀମାନଙ୍କୁ ନିଜର ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିପାଇଁ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇଥିଲା । ଅଦ୍ୟ ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ୨୪ ଜଣ ରୋଗୀଙ୍କ ସହିତ ଡାକ୍ତର ପେଣ୍ଡାରକର ଅତି ଅମାୟିକ ଭାବରେ ମିଶିବା ସହ ଧର୍ଯ୍ୟର ସହିତ ସେମାନଙ୍କର ସୁବିଧା ଅସୁବିଧା ବୁଝି ସେମାନଙ୍କ ମନରେ ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ନୂତନ ଆଶା ସଂଚାର କରାଇପାରିଛନ୍ତି । ଏହି ଶିବିରରେ ସିଡିଏମ୍‌ଏଣ୍ଡପିଏଚ୍‌ଓ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା, ଡିଏମ୍‌ଓଏମ୍‌ଏସ୍‌ ଡାକ୍ତର ପ୍ରଦିପ କୁମାର ଗୁରୁ, ଡିପିଏଚ୍‌ଓ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଡିଏଲ୍‌ଓ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଡିଟିବିଓଡାକ୍ତର ପଦ୍ମହଂସା ଡୋରା, ଏମ୍‌ଓ ଡାକ୍ତର ପାର୍ଥପ୍ରତିମ ପଣ୍ଡା, ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା କେନସର ନୋଡାଲ୍ ଅଫିସର । ଡାକ୍ତର ନରେନ୍ଦ୍ର ମେହେର, ଡାକ୍ତର ପେଣ୍ଡାରକରଙ୍କ ଠାରୁ ଆବଶ୍ୟକ ଉପଦେଶ ଗ୍ରହଣ କରି ଏଠାକାର ରୋଗୀମାନଙ୍କୁ ପରବର୍ତ୍ତୀ ସେବା ଯୋଗାଇ ଦେବେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଷ୍ଟାଫ୍ ନର୍ସ ଏଲି ଭଞ୍ଜ, ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ନାରାୟଣ ରଥ, ସମିର କୁମାର ନାୟକ ସହଯୋଗ କରିଥିଲେ । ଏହି ଅବସରରେ ଡାକ୍ତର ପେଣ୍ଡାରକର ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସାକ୍ଷାତକାର ଦେଇ କର୍କଟରୋଗ ନିରାକରଣ ଦିଗରେ ଓଡିଶା ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ସେ ସୂଚନା ଦେଇଥିଲେ ଯେ, ଓଡିଶା ସରକାର ଅତିଶୀଘ୍ର ସମସ୍ତ ଜିଲ୍ଲାରେ କର୍କଟ ରୋଗ ନିରୂପଣ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବେ । ଏହା ଦ୍ଵାରା ରୋଗୀମାନଙ୍କୁ ଆଉ ଖର୍ଚ୍ଚାନ୍ତ ହୋଇ ଦୂର ଦୂରାନ୍ତ ସହର ମାନଙ୍କୁ ଆବଶ୍ୟକ ଚିକିତ୍ସା କିମ୍ବା ପରାମର୍ଶ ପାଇଁ ଯିବାକୁ ପଡିବ ନାହିଁ । ଏହି ଶିବିରରେ ଯୋଗଦାନ କରିଥିବା ସମସ୍ତ ରୋଗୀ ତଥା ସୁବର୍ଣପୁର ଜନସାଧାରଣ ସରକାରଙ୍କ ଏହି ମହତ୍ କାର୍ଯ୍ୟକୁ ସ୍ୱାଗତ କରିବା ସହିତ ଜିଲ୍ଲା ପ୍ରଶାସନର ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.