ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ସର୍କିଟ ହାଉସ ଠାରେ ଗତକାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଜୟ ନୃସିଂହନାଥରୁ ଜୟ ଜଗନ୍ନାଥ ରେଳପଥ ଦାବୀ କମିଟି ଗାଇସିଲେଟ ବ୍ଲକରୁ ଆମ ଏହି ପଛୁଆ ଅଂଚଳର ଆର୍ଥିକ ବିକାଶ ପାଇଁ ଓ ନୃସିଂହନାଥ ହରିଶଙ୍କରର ଉନ୍ନତି ସକାଶେ ଜୟ ନୃସିଂହନାଥରୁ ଜୟ ଜଗନ୍ନାଥ ପୁରୀ ଧାମ ରେଳଚାଲୁ (କମ ରାସ୍ତା କମ ସମୟ କମ ଯାତ୍ରୀ ଭଡା ଓ ରେଳବାଇକୁ ନଦୀ ପଡୁ ନଥିବା ରାସ୍ତା ) ଯଥା – କେବିକେ ନୂଆପଡାରୁ ଲୋଇସିଂହା ରେଳ ଲାଇନ ସହିତ ନୂତନ ରେଳପଥ ସଂଯୋଗ କରିବା ଭାୟା – ନୃସିଂହନାଥ, ପଦ୍ମପୁର, ଗାଇସିଲେଟ, ଲୋଇସିଂହା, ବଲାଙ୍ଗିର, ଖୋର୍ଧା ରାଜଧାନୀ ପୁରୀକୁ ରେଳ ଚାଲିବା ସାଙ୍ଗକୁ ନୃସିଂହନାଥକୁ ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରିବାକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ରେଳପଥ ଦାବୀ କମିଟି ଗଜପତି ସାହୁ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଅଗାଧୁ ସାହୁ ଓ ଅମୁଲ୍ୟ ରତ୍ନ ସାହୁ ସାମିଲ ଥିଲେ ।