oom

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଜିଲ୍ଲାର ସଦର ମହକୁମାଠାରେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଗୋଶାଳା ଛକଠାରେ ଥିବା କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ପକ୍ଷରୁ ବିଧାୟକ ତଥା ସଂଘର ସଭାପତି ଦେବେଶ ଆଚାର୍ଯ୍ୟ ଓ ଅନ୍ୟ ସଭ୍ୟମାନେ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କବିଙ୍କ ଜନ୍ମମାଟି ବରପାଲିଠାରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ଗଙ୍ଗାଧର ମେହେର ସ୍ମୃତି ସଦନ, ଗଙ୍ଗାଧର ମେହେର ସାହିତ୍ୟ ପରିଷଦ, ଗଙ୍ଗାଧର ମେହେର କଳା ପରିଷଦ ଗଙ୍ଗାଧର ମେହେରଙ୍କ ଜନ୍ମ ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସକାଳୁ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ବିଜେପୁର ବିଧାୟିକା ରୀତା ସାହୁ, ସମାଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ, ମହେନ୍ଦ୍ର କୁମାର ମେହେର, ନିରଞ୍ଜନ ମେହେର, ବୀରେନ୍ଦ୍ର ନାଗ, ଡ. ସୁବଳ ମାଝୀ, ମଧୁ ପ୍ରଧାନ, ଗୌର ମିଶ୍ର, ଟିକାୟତ୍ ମହତ୍ତମ, ଝରଣା ମେହେର, ପ୍ରେମାଙ୍ଗିନୀ ମେହେର, ମମତା ମେହେର, ଡ. ସୁରେନ୍ଦ୍ର ମେହେର, ସରୋଜ କୁମାର ମେହେର, ଗମନ ମେହେର ପ୍ରମୁଖ ସାମିଲ ଥିଲେ । ଚକରକେନ୍ ଠାରେ ଥିବା ସ୍ୱେଚ୍ଛାସେବୀ ସଂଗଠନ ମାତୃଛାୟା ପରେ ମଧ୍ୟ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ଅତିଥି ଭାବେ ଶିକ୍ଷାବିତ୍‌ ଟେକ୍ ଚାନ୍ଦ ଦୁଆନ, ଉମେଶ କୁମାର ଯୋଗଦେଇ ଥିଲେ । ଅନୁଷ୍ଠାନର ସମ୍ପାଦକ ଦେବଦତ୍ତ ତ୍ରିପାଠୀ ଏବଂ ସଂଯୋଜିକା ଲବଙ୍ଗ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.