oom

ରମ୍ଭା ଗାୟତ୍ରୀ ଶକ୍ତିପୀଠ ଓ ସମ୍ବାଦ ସାହିତ୍ୟ ଘର ରମ୍ଭା ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରର ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନ ପରିସରରେ ଗାୟତ୍ରୀ ଶକ୍ତିପୀଠ ଓ ସମ୍ବାଦ ସାହିତ୍ୟ ଘର ରମ୍ଭା ଏନଏସିର ମିଳିତ ସହଯୋଗରେ ୨୫ତମ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ସହ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଧରମ ଦାସ ବେଦମନ୍ତ ଧ୍ୱନିପାଠ କରିଥିବା ବେଳେ ଶାନ୍ତିକୁଞ୍ଜର ସଂଗୀତ ଶିଳ୍ପୀ ରବୀନ୍ଦ୍ର ଗୌଡ଼ ଓ ରାଜେଶ ଗୌଡ଼ଙ୍କ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ବରିଷ୍ଠ ନାଗରିକ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବାଡତ୍ୟାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ଦାଶ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଠ ରେଲୱେ ପୋଲିସ ଅଧିକାରୀ ସୁରେଶ କୁମାର ନାହାକ ଏବଂ ମୁଖ୍ୟ ଅତିଥି ଭାବେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଦକ୍ଷିଣ-ପୂର୍ବ ଉପଯୋନ ସଂଯୋଜକ ଡ଼. ବୃନ୍ଦାବନ ମିଶ୍ର ଭରଚୁଆଲ ଗୁଗୁଲମିଟରେ ଯୋଡି ହୋଇ ବରିଷ୍ଠ ନାଗରିକମାନେ ଦେଶ, ଜାତି ଏବଂ ସମାଜ ପାଇଁ କେତେ ବେଳେ ଅଲୋଡ଼ା ହୋଇ ନଥାନ୍ତି ବରଂ ସବୁବେଳେ ଆବଶ୍ୟକ ହୋଇଥାନ୍ତି । ବରିଷ୍ଫ ନାଗରିକମାନେ ଶାରୀରିକ ଦୃଷ୍ଟିକୋଣରୁ ଦୁର୍ବଳ ହୋଇଥାଇପାରନ୍ତି କିନ୍ତୁ ମାନସିକ ଦୃଷ୍ଟିକୋଣରୁ ପୋଖତ ଏବଂ ଜ୍ଞାନବନ୍ତ ହୋଇଥାନ୍ତି । ସେମାନଙ୍କ ପରାମର୍ଶ ବିନା କୌଣସି କାର୍ଯ୍ୟସଫଳ ଭାବେ ହୋଇପାରେନା ବୋଲି ଅତିଥି ଓ ବକ୍ତାମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ । ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ପାଦକ ପ୍ରକୃତିବନ୍ଧୁ ପଞ୍ଚାନନ ଖଟୁଆ ଓ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ପ୍ରକୃତିବନ୍ଧୁ ଶିକ୍ଷକ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବରିଷ୍ଠ ନାଗରିକ ପୂଜନ କାର୍ଯ୍ୟକ୍ରମରେ ଯୋଗଗୁରୁ ରବୀନ୍ଦ୍ର ବେହେରା, ଦଳିତ ନେତା ଭୀମସେନ ବେହେରା, ଉମେଶ କୁମାର ମହାନ୍ତି, ବ୍ରଜ କିଶୋର ସାହୁ, ନାରାୟଣ ସାହୁ, ଲମ୍ବୋଦର ମହାନ୍ତି, ଲିଙ୍ଗରାଜ ସାମନ୍ତ, ଆନନ୍ଦ ସାହୁଙ୍କ ପରି ୫୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରଥାଙ୍ଗ ରମଣ ନାହାକ, ଉମାକାନ୍ତ ସାହୁ, ଝଡିଆ ନାହାକ, କୁଲଦୀପ ପ୍ରଧାନ ଏବଂ ସୁଦର୍ଶନ ଜେନା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.