oom

ଗ୍ଲୋବାଲ ସୁନ୍ଦରୀ ବ୍ରହ୍ମପୁରର ଝିଅ ଡ଼ଃ ସୁଦିପ୍ତା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵ ମାନବାଧିକାର ସୁରକ୍ଷା ସଙ୍ଗଠନ ପକ୍ଷରୁ ଗତ ବୁଧବାର ସନ୍ଧ୍ୟାରେ ଏକ ଭବ୍ୟ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୋଇଛନ୍ତି ବ୍ରହ୍ମପୁରର ସୁନ୍ଦରୀ ତଥା ଗ୍ଲୋବାଲ ଇଣ୍ଡିଆ ମୁମ୍ବାଇ ଆୱାର୍ଡ ୨ୟ ବିଜେତା ଡ଼.ସୁଦୀପ୍ତା ପଣ୍ଡା । ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ପଣ୍ଡା କଲୋନୀର ଡ଼.ସୁଦୀପ୍ତା ପଣ୍ଡା ଏକାଧାରରେ ଜଣେ ମଡେଲ, ଭାରତୀୟ ତଥା ପାଶ୍ଚାତ୍ୟ ନୃତ୍ୟାଙ୍ଗନା, ଅଭିନେତ୍ରୀ, ଫାଇଟର ତଥା ଫିଟନେସ ଟ୍ରେନର ଅଟନ୍ତି । ସେ ୧୫ ବର୍ଷ ଧରି ହାଇଦ୍ରାବାଦରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛନ୍ତି । ତାଙ୍କର ଏହି ସଫଳତା ବ୍ରହ୍ମପୁର ପାଇଁ କଣ ସେ ଗଞ୍ଜାମର ଗୌରବ ବୋଲି ଗଣନା କରାଯାଇଛି । ତାଙ୍କ ବାପାଙ୍କ ନାମ ସୁବାସ ଚନ୍ଦ୍ର ପଣ୍ଡା ହୋଇଥିବା ବେଳେ ମା’ଙ୍କ ନାମ ହେଉଛି ସଂଯୁକ୍ତା ପଣ୍ଡା । ଉକ୍ତ ସମ୍ବର୍ଦ୍ଧନା ସଭାରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ବିଜେଡି ସଭାପତି ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା, ଗଞ୍ଜାମ ବାରଏସୋସିଏସନ୍ ସମ୍ପାଦକ ପ୍ରଦୀପ ବେହେରା, ସହସମ୍ପାଦକ ସୁଧିର କୁମାର ପାତ୍ର, ସଙ୍ଗଠନ ସଭାପତି ଡ.ରାମକୃଷ୍ଣ ପଟ୍ଟନାୟକ, ସୁଦିପ୍ତାଙ୍କ ବାପା ସୁବାସ ଚନ୍ଦ୍ର ପଣ୍ଡା, ସକାଳ ଖବର କାଗଜ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଜଗନମୋହନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସାଂସଦ ଏବଂ ବିଧାୟକ ସୁଦୀପ୍ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଅଭିମନ୍ୟୁ ନାୟକ, ସୁଜିତ ତ୍ରିପାଠୀ, ମନୋଜ ସାହୁ, ଅମିତ ଦାସ, ସଞ୍ଜୟ ପାଣିଗ୍ରାହୀ, ଇଶ୍ରୀ ରଥ, ସୁରେଶ ସାହୁ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁରେନ୍ଦ୍ର ମହାରଣା ଅଧ୍ୟକ୍ଷତା କରିଥିଲେ ।

jittmm
Leave A Reply

Your email address will not be published.