ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଫଟୋଗ୍ରାଫି ଦିବସ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ରାଜବୋଡାସମ୍ବର ଫଟୋଗ୍ରାଫର୍ ଏସୋସିଏସନ୍‌ର ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ପବିତ୍ର ତୀର୍ଥସ୍ଥଳ ଶ୍ରୀ ନୃସିଂହନାଥ ପୀଠରେ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଫଟୋଗ୍ରାଫର୍ ଭାଇମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିକାର ଏହି ପବିତ୍ର ଦିବସ “ବିଶ୍ୱ ଫଟୋଗ୍ରାଫର୍ ଦିବସ ଉପରେ ବିଭିନ୍ନ ଆଲୋଚନା କରିବା ସଙ୍ଗେ ସଙ୍ଗେ ମହାମାରୀ କରୋନା ସମୟରେ ସମସ୍ତ ଫଟୋଗ୍ରାଫର୍‌ଙ୍କ ଗୁଜୁରାଣ ଉପରେ ବିଶେଷ ପ୍ରଭାବ ପକାଇଛି । ଏ ନେଇ ଅନେକ କ୍ଷୋଭ ପ୍ରକାଶ କରିଥିଲେ । ଆସୋସିଏସନ୍‌ର ସଭାପତି ସୁବାଷ ଚୋପଦାର ଫଟୋଗ୍ରାଫର୍ ମାନଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉପସ୍ଥିତ ଫଟୋଗ୍ରାଫର୍ ଭାଇମାନଙ୍କୁ ଆଶ୍ୱାସନା ଦେଉଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିବିକ୍ରମ ପ୍ରଧାନ (ସଂପାଦକ), ରାଜେଶ ସାହୁ(କୋଷାଧ୍ୟକ୍ଷ)ଙ୍କ ସମେତ ବହୁ ସଂଖ୍ୟାରେ ଫଟୋଗ୍ରାଫର୍ ଏହି ବୈଠକରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.