csstore

ଗୁରୁଣ୍ଡାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡ ପଞ୍ଚାୟତର ଗୁରୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ତରଫରୁ ସ୍ୱଚ୍ଛତା ପଖୱାଡା-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସପ୍ନା ସାହୁ ପ୍ରଥମ, ଛାତ୍ର ଆକାଶ ସରାଫ ଦ୍ୱିତୀୟ ଓ ପଲ୍ଲବୀ ସରାଫ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷ ସରାଫ, ଶିକ୍ଷକ ବିଶ୍ଵାମିତ୍ର ସାହୁ, ପାଣ୍ଡବ ସାହୁ, ନବୀନ ବିହାରୀ ସରାଫ, କୁଳମଣି ବେହେରା, ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ନରୋତ୍ତମ ତାଣ୍ଡି, ସାମାଜିକ କର୍ମୀ ଉଦେନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

jayashree
Leave A Reply

Your email address will not be published.