ପୁରୀ ଏସ୍‌ପିଙ୍କ ପିପିଲି ଥାନା ପରିଦର୍ଶନ

ପୁରୀ : ଆଜି ପୁରୀ ଜିଲ୍ଲା ଏସ୍‌ପି ଡ. କେ. ବିଶାଲ ସିଂ, ଆଇପିଏସ୍‌ ପିପିଲି ଥାନା ପରିଦର୍ଶନ କରି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ପିପିଲି ଏସ୍‌ଡି୍‌ପିଓ ଦେବଦତ୍ତ ବରାଳ, ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣ।ସ ଓ ବଳଙ୍ଗ। ଥାନାର ଥାନାଧିକାରୀମାନେ ଉପସ୍ଥିତ ଥିଲେ । ଏସ୍‌ପି୍‌ ଶ୍ରୀ ସିଂ ଅପରାଧ ଓ ଆଇନ ଶୃଙ୍ଖଳା ସମ୍ବନ୍ଧରେ ତଦାରଖ କରି ପେଷାଦାର ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏଥି ସହିତ ସେ ପିପିଲି ଥାନାର “ମୋ ସରକାର” ପ୍ରକୋଷ୍ଠ ବୁଲି ଦେଖିଥିଲେ ଓ ସେଠାରେ ଅପେକ୍ଷାରତ ଅଭିଯୋଗକାରୀଙ୍କ ସଙ୍ଗେ ଆଲୋଚନା କରି ସ୍ଥାନୀୟ ଥାନାର କାର୍ଯ୍ୟଧାରା ସମ୍ପର୍କରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.