oom

ଭ୍ରାମ୍ୟମାଣ ପରୀକ୍ଷାଗାର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଡିଜିଟାଲ୍‌ ପରୀକ୍ଷା ଉପକରଣ ବ୍ୟବହାର କାର୍ଯ୍ୟକ୍ରମର ଶୁଭାରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଭ୍ରାମ୍ୟମାଣ ପରୀକ୍ଷାଗାର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଡିଜିଟାଲ୍‌ ପରୀକ୍ଷା ଉପକରଣ ବ୍ୟବହାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ସବୁଜ ପତାକା ଦେଖାଇ ଭ୍ରାମ୍ୟମାଣ ପରୀକ୍ଷାଗାରକୁ ତୃଣମୂଳ ସ୍ତରରେ କାର୍ଯ୍ୟକରିବା ପାଇଁ ପ୍ରେରଣ କରିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଆରମ୍ଭ ହେବାକୁ ଯାଉଥିବା ଆଧୁନିକ ପରୀକ୍ଷା ଉପକରଣ ଗୁଡ଼ିକୁ ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରାମ୍ୟମାଣ ପରୀକ୍ଷାଗାର ୩୭ ଗୋଟି ରକ୍ତ ପରୀକ୍ଷା କରାଯାଇ ପାରିବ, ଯାହା ଆଗାମୀ ଦିନରେ ଗ୍ରାମାଂଚଳ ମାନଙ୍କରେ ହେଉଥିବା ସ୍ୱାସ୍ଥ୍ୟ ପରୀକ୍ଷଣରେ ବହୁ ଉପଯୋଗୀ ହେବ ବୋଲି ବଲାଙ୍ଗିର ମୁଖ୍ୟ ଚିକିତ୍ସାଧିକାରୀ ଡା.ଭୀମ ସାହୁ କହିଥିଲେ । ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଆଧୁନିକ ଉପକରଣ ଦ୍ୱାରା ମା’ ଓ ଶିଶୁ ମାନଙ୍କର ପରୀକ୍ଷଣ କରାଯାଇ ବିପଦ ସଂକୁଳ ମା’ ଓ ଶିଶୁମାନଙ୍କର ଚିହ୍ନଟ କରିବା ସମ୍ଭବପର ହୋଇପାରିବ । ଏହାଦ୍ୱାରା ଉପଯୁକ୍ତ ସମୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ୧୪ଗୋଟି ଅତିରିକ୍ତ ମୋବାଇଲ ହେଲ୍‌ଥ୍‌ ଟିମ୍‌ ସହ ୨୦ ଗୋଟି ମଡେ଼ଲ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରକୁ ଭ୍ରାମ୍ୟମାଣ ପରୀକ୍ଷାଗାର ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଡା. ଦିବ୍ୟକିଶୋର ପତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ମୃତ୍ୟୁଂଜୟ ମୁଣ୍ଡ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରୀମତୀ ରୀତାଂଜଳି ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.