csstore

ଝାରମୁଣ୍ଡା ଏଥ୍‌ଲେଟିକ ଏସୋସିଏସନରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ଏଥ୍‌ଲେଟିକ ଏସୋସିଏସନରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ସୁନୀଲ କୁମାର ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପଂଚାୟତ ଅଧିନସ୍ଥ ୨୦୦ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଅନୁଷ୍ଠାନ ପକ୍ଷରୁ ପାଉଁରୁଟି, ବିସ୍କୁଟ ସମେତ ଫଳ ବଣ୍ଟନ କରାଯାଇଥିଲା । ଏହା ସହ କରୋନା ଯୋଦ୍ଧା ଭାବେ ଲୋଇସିଂହା ସିଡିପିଓ ପ୍ରଜ୍ଞାରାଣୀ ବାରିକ ଓ ଲୋଇସିଂହା ପଂଚାୟତ ପିଇଓ ପ୍ରେମାନନ୍ଦ ମହଲିଙ୍ଗଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍‌ଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ୟାମ ସୁନ୍ଦର ମେହେର, ସମ୍ପାଦକ ସଚ୍ଚିଦାନନ୍ଦ ସାହୁ, ସୁଧାଂଶୁ ମହାକୁର, ମନୋଜ ଧରୁଆ, କାର୍ତ୍ତିକ କର୍ତ୍ତି, ଗୁଣମଣି ସେଠ, କାଳିଚରଣ ବଗର୍ତ୍ତି, ବିନୋଦ ଧରୁଆ, ଡାକ୍ତର ପଧାନ, ହେମନ୍ତ ସାହୁ, ସୁଧୀର ଧରୁଆ, ପ୍ରଭୁଦୟାଲ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.