lika

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ପାଇଁ ପ୍ରତିମାଙ୍କୁ ମିଳିଲା ଆର୍ଥିକ ସହାୟତା

gbag

ପୁରୀ : ପୁରୀ ଜିଲ୍ଳା ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ଗ୍ରାମର ବିରଜା ପଟ୍ଟନାୟକଙ୍କ ସ୍ତ୍ରୀ ପ୍ରତିମା ପଟ୍ଟନାୟକ ଜଣ୍ଡିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏକ ହସ୍ପିଟାଲ ଭର୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଲିଭର ନଷ୍ଟ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ମାନେ ପରିବାରକୁ ଜଣେଇଥିଲେ । ନୂଆଦିଲ୍ଲୀର ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଲିଭର୍‌ ଆଣ୍ଡ ବିଲିଆରୀ ସାଇନ୍ସରେ ତାଙ୍କର ତୁରନ୍ତ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡିବ ଓ ଏଥିପାଇଁ ବହୁତ ଗୁଡ଼ିଏ ଟଙ୍କା ଲାଗିବ ବୋଲି ଡାକ୍ତର ମାନେ କହିଥିଲେ । ପରିବାର କହିଲେ ପ୍ରତିମାଙ୍କ ସ୍ୱାମୀ ବିରଜା ଓ ଏକମାତ୍ର ପୁଅ ଅନମୋଲ୍‌ । ଏକ ନିମ୍ନ ମଧ୍ୟବିତ୍ତ ପରିବାର ପକ୍ଷରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହଁ । ତେବେ ପ୍ରତିମାଙ୍କ ସମସ୍ୟା ବିଷୟରେ କିଛିଦିନ ତଳେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟାକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ, ସିଏମ୍‌ଆର୍‌ଏଫ୍‌ ପାଣ୍ଠି, ପୁରୀ ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଥିଲେ । ପୁରୀ ସିଡ଼ିଏମଓଙ୍କ ନିର୍ଦେଶରେ ଏହାର ତଦନ୍ତ କରି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ପରେ ତାଙ୍କୁ ପ୍ରତିଶୃତି ଅନୁଯାଇ ସିଏମ୍‌ଆର୍‌ଏଫ୍‌ ପାଣ୍ଠିରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ଆଗାମୀ ଦିନରେ ଆହୁରି ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସାମର୍ଥ ବର୍ମା ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସମାଜସେବୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାିଛି

sandip
Leave A Reply

Your email address will not be published.