jayashree

ମନ୍ତ୍ରୀ ଟୁକୁନୀଙ୍କ ସମ୍ବାଦିକ ସମ୍ମିଳନୀ

  • ତୁଷୁରାରେ ନିର୍ମାଣ ହେବ ବହୁମୁଖୀ ଷ୍ଟାଡିଅମ : ମନ୍ତ୍ରୀ ଟୁକୁନୀ
  • ଡାକ୍ତରଖାନାର ବିକାଶ ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସମୁଦାୟ ୮୯ ଗୋଟି ବହୁମୁଖୀ ଷ୍ଟାଡିଅମ ନିର୍ମାଣ କରାଯିବ । ସେହି କ୍ରମରେ ବଲାଙ୍ଗିର ଜିଲ୍ଲା ତୁଷୁରାରେ ଏକ ବହୁମୁଖୀ ଷ୍ଟାଡିଅମ ନିର୍ମାଣ କରାଯିବା ନେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିବା ସହ ତୁଷୁରାରେ ହେଉଥିବା ଏହି ପ୍ରକଳ୍ପ ପାଇଁ ତୁଷୁରାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତୁଷୁରା ସ୍ଥିତ କେଡିଆ ଭବନରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରୀମତି ସାହୁ କହିଛନ୍ତି ଯେ, ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମୀର ବିକାଶ ଓ କ୍ରୀଡାବିତ୍‌ମାନଙ୍କୁ ପ୍ରତ୍ସାହିତ କରିବା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସ୍ଥିର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସମଗ୍ର ରାଜ୍ୟରେ ୮୯ ଗୋଟି ବହୁମୁଖୀ ଷ୍ଟାଡିଅମ ନିର୍ମାଣକୁ ଅନୁମୋଦନ ମିଳିଛି । ସେହି କ୍ରମରେ ବଲାଙ୍ଗିର ଜିଲ୍ଲାର ତୁଷୁରାଠାରେ ଅତିଶୀଘ୍ର ଏକ ବହୁମୁଖୀ ଷ୍ଟାଡିଅମ ନିର୍ମାଣ ହେବ । ୬ କୋଟି ୩୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିଅମ ପାଇଁ ତୁଷୁରା ଖରଡା ସାହିରେ ୮୮ ଡିସମିଲର ସ୍ଥାନ ନିରୁପଣ ସରିଛି । ଆସନ୍ତ ୧୮ ମାସ ଭିତରେ ଏହି ପ୍ରକଳ୍ପ ସଂପୂଣ୍ଣ ହେବା ନେଇ ଲକ୍ଷ ରହିଛି । ଏହି ଷ୍ଟାଡିଅମକୁ କ୍ରୀଡା ପାଇଁ ବ୍ୟବହୃତ କରାଯିବା ସହିତ ବନ୍ୟାବାତ୍ୟା ସମୟରେ ଆଶ୍ରୟସ୍ଥଳି ଓ ମହାମାରୀ ସମୟରେ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇ ପାରିବ ବୋଲି ମନ୍ତ୍ରୀ ସାହୁ ସୂଚନା ଦେଇଥିଲେ । ସେହିପରି, ଆଗାମୀ ଦିନରେ ତୁଷୁରା ଡାକ୍ତରଖାନାର ବିକାଶ ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ତୁଷୁରାର ସର୍ବାଙ୍ଗୀନ ଉନ୍ନତି ପାଇଁ ନବୀନ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଟୁକୁନି ସାମ୍ବାଦିକମାନଙ୍କ ଉତ୍ତରରେ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀଙ୍କ ସହିତ ଭାଗ୍ୟଶ୍ରୀ ନାଥ, ଦୀନଦୟାଲ ଶର୍ମା ଓ ଦୀନଦୟାଲ କେଡିଆ ମଞ୍ଛାସୀନ ଥିବା ବେଳେ ପ୍ରେମଲାଲ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ତେବେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ମଧ୍ୟ ଏଭଳି ଏକ ବହୁମୁଖୀ ଷ୍ଟାଡିଅମ ନିର୍ମାଣ ହେବା ସୂଚନା ରହିଛି ।

Leave A Reply

Your email address will not be published.