oom

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ବନବାସୀ ସେବା ସମିତି ପକ୍ଷରୁ ସହାୟତା ପ୍ରଦାନ

jsmm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଏକ ଦୈନିକ ଖବର କାଗଜର ସାମ୍ବାଦିକ ମୃତ ସୁଦାମ ନାୟକଙ୍କ ପରିବାରକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ସୂଚନା ଅନୁସାରେ ଗତ ମେ’ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଥିଲା । ବ୍ଲକର ଜଣେ ଜଣାଶୁଣା ପୂର୍ବତନ ସରପଞ୍ଚ, ସାମ୍ବାଦିକ, ସମାଜ ସେବୀ, କ୍ରୀଡ଼ାବିତ୍ ଓ ଉତ୍ତମ ସଂଗଠକ ହୋଇଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ସଭାପତି ସନ୍ତୋଷ କୁମାର ଦାସ ବନବାସୀ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ସହୃଦୟତାର ସହିତ ବନବାସୀ ସେବା ସମିତିର ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା, କର୍ମକର୍ତ୍ତା ବିଶ୍ଵଜିତ ଜେନା, ଖଗେନ୍ଦ୍ର ନାୟକଙ୍କ ସମେତ ସାମ୍ବାଦିକ ସଂଘ ଶାଖାର ସଭାପତି ସନ୍ତୋଷ କୁମାର ଦାସ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ରାୟ, ସୁବାଷ ଚନ୍ଦ୍ର ମହାରଣା, କାଳୀ ପ୍ରସାଦ ତ୍ରିପାଠୀ, ଚନ୍ଦନ ପଣ୍ଡା ପ୍ରମୁଖ ପରଲୋକ ଗତ ସାମ୍ବାଦିକଙ୍କ ଜୁଗାପଦର ସ୍ଥିତ ବାସଗୃହରେ ପହଞ୍ଚି ସ୍ୱର୍ଗତ ନାୟକଙ୍କ ପତ୍ନୀ ଲିଲିମା ନାୟକ, ପୁଅ ଗୋପାଳ କୃଷ୍ଣ, ବାଳକୃଷ୍ଣ ଓ ଝିଅ ‌ହରପ୍ରିୟାକୁ ସମବେଦନା ଜଣାଇବା ସହ କିଛି ଖାଦ୍ୟ ସାମଗ୍ରୀ, ଲୁଗାପଟା ଓ କରୋନା ରକ୍ଷକ ସାମଗ୍ରୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିବା ପାଇଁ ସହ ସମ୍ପାଦକ ଶ୍ରୀ ପଣ୍ଡାଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ ।

jittmm
Leave A Reply

Your email address will not be published.