jsm

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଡିଇଓଙ୍କ କାର୍ଯ୍ୟାଳୟ ଘେରାଉ

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ ବର୍ଷ ବନ୍ଦ ଥିବା ସତ୍ୱେ ଉକ୍ତ ସ୍କୁଲ ଗୁଡିକରେ ନବୀକରଣ, ଇକୋ କ୍ଲବ ନିର୍ମାଣ ଏବଂ ଖେଳ ସାମଗ୍ରୀ କିଣାବିକା ନାମରେ ମିଥ୍ୟା ବିଲ ଭାଉଚର ଦେଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଛି । ଏହାର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ବରଗଡ଼ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଅମିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀ ଏବଂ ବ୍ୟବସାୟୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଆସନ୍ତା ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାଶ, ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ଛତର, ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଯୁଧିଷ୍ଠିର ମେହେର, ବିଜେପି ବରଗଡ଼ ନଗର ସଭାପତି ସୁବ୍ରତ ହୋତା, ସାଂସଦ ପ୍ରତିନିଧି ଅବନୀକାନ୍ତ ପଣ୍ଡା, ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଘନଶ୍ୟାମ ସାହୁ, କୁଶ ସାହୁ, ସଞ୍ଜୟ ପ୍ରଧାନ, ବ୍ରଜ ନାୟକ, ମହେଶ ଦାସ, ପ୍ରମୋଦ ଛତର, ଲାଲୁ ପଧାନ ଅନ୍ୱେଷ ମହାପାତ୍ର , ସଦା ସାହୁ, ହାପି ନାୟକ, ଚନ୍ଦ୍ରକାନ୍ତ ସାହୁ, ସତ୍ୟବାନ ସାହୁ, ଧିରେନ୍ଦ୍ର ସାହୁ, ସୁଧୀର ପଧାନ, ସମୀର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.