oom

ଦଶପଲ୍ଲା ରଙ୍ଗମାଟିଆ ଠାରେ ମୁହାଁମୁହିଁ କାର ଧକ୍କାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି ଜ୍ୟୋତିରଞ୍ଜନ ନାଏକ ଗୁରୁତର

jsmm

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଖୋର୍ଦ୍ଧା ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ରଙ୍ଗମାଟିଆ ଠାରେ ୨ଟି କାର ମୁହାଁମୁହିଁ ଧକ୍କା ହୋଇ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି ଜୌତିରଂଜନ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏବଂ ପ୍ରଭୁଦତ୍ତ ଦାସ ନାମକ ଜଣେ ଇଡ଼୍‌କୋ ଅଧିକାରୀ ଗୋଟିଏ କାର୍‌ରେ ଭୁବନେଶ୍ୱରରୁ ବୌଦ୍ଧ ଫେରୁଥିବା ବେଳେ ଫୁଲବାଣି ଜିଲ୍ଲା କେନ୍ଦୁପଦରରୁ ଆସୁଥିବା ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ମୋଟ୍ ୬ ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏବଂ ତାଙ୍କ ଗାଡିରେ ବସିଥିବା ପ୍ରଭୁଦତ୍ତ ଦାସ୍ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ମାନଙ୍କ ଅବସ୍ଥା ସାଧାରଣ ରହିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.