ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ସଂକଳ୍ପ ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ଗତକାଲି ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ, ବେଳପଡା ବ୍ଲକ, ଖପ୍ରାଖୋଲ ବ୍ଲକ ଓ ପାଟଣାଗଡ ଏନ୍ଏସିର ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ସଂକଳ୍ପ ବୈଠକ ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଗମୀ ସମୟରେ ଦଳକୁ ମଜବୁତ କରି ଗଢି ତୋଳିବା ପାଇଁ ଆଲୋଚନା କରିଥିଲେ । ଏଥିରେ ଦଳର ଅନେକ ପୁରୁଷ ଓ ମହିଳା କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.