ସୋଲାର ପ୍ଲାଣ୍ଟରୁ ପ୍ଲେଟ ଚୋରି ଉଦ୍ୟମ ବେଳେ ୨ ଚୋରକୁ ଗାଁ ଲୋକେ ଧରି ଥାନାରେ ଜିମା ଦେଲେ

  • ଅଟୋର ଉପର ଛାତରେ ବାନ୍ଧି କରୁଥିଲେ ଚୋରା ଚାଲାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧିନସ୍ଥ କୁକୁରାଖାଇ ସ୍ଥିତ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି ଉଦ୍ୟମ କରୁଥିବା ସମୟରେ ଗାଁଲୋକଙ୍କ ସହ ସୋଲାର ପ୍ଲାଣ୍ଟର କିଛି କର୍ମଚାରୀ ୨ଜଣ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି । ଏହା ପରେ ଦେଓଗାଁ ପୁଲିସକୁ ଘଟଣା ସମ୍ପର୍କରେ ଖବର ଦେବା ପରେ ଘଟଣାସ୍ଥଳକୁ ଯାଇ ଉଭୟ ଚୋରକୁ ଥାନାକୁ ଆଣି ତଦନ୍ତ କରୁଛି ପୁଲିସ ।

ଦେଓଗାଁ ଥାନାରେ ରବିବାର ସକାଳେ କୁକୁରଖାଇ ସୋଲାର ପ୍ଲାଣ୍ଟର ପରିଚାଳକ ପ୍ରିୟବ୍ରତ ଦାଶ ଲିଖିତ ଅଭିଯୋଗ କରିଛନ୍ତି ଯେ, ରାତି ପ୍ରାୟ ସାଢେ଼ ୩ଟା ସମୟରେ ଏକ ଅଟୋ (ଓଡି୦୩କ୍ୟୁ୩୫୫୫)ରେ ସୋଲାର ପ୍ଲେଟ ଚୋରା ଚାଲାଣ କରୁଥିବା ବେଳେ ଗାଁର ଲୋକମାନେ ସନ୍ଦେହ କରି ଅଟୋ ଓ ଅଟୋରେ ଥିବା ବରଗଡ଼ ଜିଳ୍ଲା ଗାଇସିଲେଟ ଥାନାର ଜାମୁଟବାଲ ଗାଁର ନୃପରାଜ ମେହେର ଓ ନୀରଜ ପୁଟେଲକୁ ପୁଲିସରେ ଜିମା ଦେଇଥିବା ଜଣାପଡ଼ିଛି । ପୁଲିସ ପ୍ରାଥମିକ ତଦନ୍ତ ପରେ ଆସନ୍ତା କାଲି କୋର୍ଟ ଚଲାଣ କରାଯିବ ବୋଲି ଥାନା ଆଇଆଇସି ବାମଦେବ ଶଙ୍ଖୁୁଆଳ କହିଛନ୍ତି ।

jittmm
Leave A Reply

Your email address will not be published.