ଆଲମାରୀ ବୋଝେଇ ଗାଡ଼ିରୁ ବାହରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ : ଆଲମାରୀ ବୋଝେଇ ଗାଡ଼ିରୁ ବାହରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଲମତାପୁଟ ଠାରୁ ୪ କିଲୋମିଟର ଦୂର ଚାଙ୍ଗୁଡ଼ିପଡା ଛକ ନିକଟରେ ନାକାବନ୍ଦୀ କରି ଆଲମାରୀ ବୋଝେଇ ଗାଡିରୁ ଗଞ୍ଜେଇ ଜବତ କରିଛି । ଜବତ ୮ଗୋଟି ଆଲମାରୀରୁ ବାହାରିଥିବା ୧୬୦ଟି ପକେଟରୁ ୮ଶହ ୯ କେଜି ୬୦୦ଗ୍ରାମ ଗଞ୍ଜେଇ ସହ ଉତ୍ତରପ୍ରଦେଶ ପଞ୍ଜିକୃତ ଗାଡିରୁ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୮୦ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ପୁଲିସ ଉତ୍ତରପ୍ରଦେଶ ଅଞ୍ଚଳର ଯଶବନ୍ତ ସିଂ ଓ ହରେନ୍ଦ୍ର ସିଂକୁ ଗିରଫ କରିଛି । ତାସହ ୨ଟିମୋବାଇଲ ଫୋନ ଓ ଆଧାର କାର୍ଡକୁ ମଧ୍ୟ ଜବତ କରିଛି ପୁଲିସ ।

Leave A Reply

Your email address will not be published.