csstore

ବରପାଲି ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜାତୀୟ ହସ୍ତତନ୍ତ ଦିବସ ବରପାଲି ମେହେର ଧର୍ମଶାଳା ଠାରେ ପାଳିତ ହୋଇଯାଇଛି । ମହେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲା ବୟନ ଶିଳ୍ପ ଉପ ନିର୍ଦ୍ଦେଶକ ଶିଶିର କୁମାର ନାଗ, ସମ୍ପାଦକ ସମ୍ବଲପୁରୀ ବସ୍ତ୍ରାଳୟର ସମ୍ପୁର୍ଣାନନ୍ଦ ପ୍ରଧାନ, ଡଃ ସୁରେନ୍ଦ୍ର ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସ୍ଥିତିରେ ବୁଣାକାର ମାନଙ୍କ ଅବସ୍ଥା ଏବଂ ଏହାର ଅତି ଶୀଘ୍ର କିପରି ପ୍ରତିକାର କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ବିଧାୟିକା ରୀତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭିକ ସୂଚନା ଶ୍ରୀମତୀ ସୁକାନ୍ତି ମେହେର ପ୍ରଦାନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସନ୍ଥ କବିର ପୁରସ୍କାର ପ୍ରାପ୍ତ ବାନ୍ଧ ଶିଳ୍ପୀ କ୍ଷେତ୍ରମୋହନ ମେହେର, କଳାବତୀ ମେହେର, ଲଳିତ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.