csstore

ଚକ୍ଷୁ ବିଭାଗ ଟେକ୍‌ନିସିଆନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୧.୨୫ କୋଟି ଟଙ୍କାର ସମ୍ପତ୍ତି ଠାବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁ ବିଭାଗ ଟେକ୍‌ନିସିଆନ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧.୨୫ କୋଟି ଟଙ୍କାର ସ୍ଥାବର ଅବସ୍ଥାର ସମ୍ପତ୍ତି ଠାବ କରିଥିବା କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ ସୂଚିତ କରିଛନ୍ତି । ସୂଚନା ଅନୁସାରେ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ତିନୋଟି ଦଳ ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ ଷ୍ଟାଫ୍ ଶ୍ରୀ ପ୍ରଧାନଙ୍କ ପଦ୍ମପୁର ଉପଖଣ୍ଡ ମାରୁତି ନଗର ଏବଂ ଟାଲ ଗ୍ରାମସ୍ଥିତ ତାଙ୍କ ପୈତୃକ ବାସ ଭବନରେ ଏକା ସାଙ୍ଗରେ ଚଢ଼ାଉ କରିଥିଲେ । ବିଭାଗ ପକ୍ଷରୁ ସୂଚିତ ବାର୍ତ୍ତାରେ ଦୁଇଟି ଦୁଇ ମହଲା କୋଠାଘର ସୋହେଲା ଏବଂ ପଦ୍ମପୁରରେ ଥିବା ବେଳେ ୪ଟି ମୂଲ୍ୟବାନ ପ୍ଲଟ ପଦ୍ମପୁର ଓ ଟାଲରେ ରହିଛି । ସେହିପରି ୩ଟି ଦୁଇ ଚକିଆ ଗାଡ଼ି ମଧ୍ୟ ରହିଛି । ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧.୨୫ କୋଟି ଟଙ୍କା ବୋଲି ଜଣାପଡ଼ିଛି । ତଦନ୍ତ ଜାରି ରହିଛି ।

jayashree
Leave A Reply

Your email address will not be published.