oom

ଧର୍ମପରାୟଣା ମହିଳାଙ୍କ ଅକାଳ ବିୟୋଗ

jsmm

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଗୁଡଖାପଲା ଗ୍ରାମର ଧର୍ମପରାୟଣା ମହିଳା ହେମାଙ୍ଗିନୀ ଦାଶ(୪୮)ଙ୍କ ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କ ଗାଁ ମଶାଣିରେ ଅନ୍ତିମ ସତ୍‌କାର କରାଯାଇଛି । ତାଙ୍କର ଜ୍ୟେଷ୍ଠ ପୁତ୍ର ଦୁର୍ଲ୍ଲଭ ଚରଣ ଦାଶ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସତ୍‌କାରରେ ସ୍ୱାମୀ ଯୁଗଳ କିଶୋର ଦାଶ, ଦେଢଶୁର ଫ୍ରଫୁଲ୍ଲ ଦାଶ, ଖୁସିରାମ ଦାଶ, ସାଧୁରାମ ଦାଶ, ଦିଅର ରାଜେନ୍ଦ୍ର ଦାଶ, ହେମନ୍ତ ଦାଶ ତଥା ସାନ ପୁତ୍ର ସୋନୁ, ପୁତୁରା ମହେନ୍ଦ୍ର, ସୁରେନ୍ଦ୍ର, ଫକୀର, ମୁନ୍ ମୁନ୍, ନାତି ପ୍ରୀତମ୍, ମଧୁ, ଭଣଜା ଉତ୍ତର ମିଶ୍ର ଜାତିଭାଇ ହରିହର ପୁରୋହିତ ଓ ସମସ୍ତ ପରିବାର, ବନ୍ଧୁ ବାନ୍ଧବ ତଥା ଗ୍ରାମବାସୀ ସାମିଲ୍ ହୋଇଥିଲେ । ତାଙ୍କର ଅକାଳ ବିୟୋଗରେ ସମଗ୍ର ଗ୍ରାମ ସ୍ତବ୍ଧ ହୋଇଯାଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।

jittmm
Leave A Reply

Your email address will not be published.