pakka

ଲେବରୋଟୋରି ଟେକ୍ନିସିଆନମାନଙ୍କ ୧୦ ଦଫା ଦାବୀ ନେଇ କଳା ବ୍ୟାଜ ପରିଧାନ

bbehera

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ସମସ୍ତ ଲେବରୋଟୋରି ଟେକ୍ନିସିଆନମାନଙ୍କ ୧୦ ଦଫା ଦାବୀ ନେଇ ଅଗଷ୍ଟ ୧ରୁ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଲେବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲ୍‌ରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବୀ ପୁରଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି କର୍ମଚାରୀ । ବାରମ୍ବାର ଆମେ ସରକାରଙ୍କ ନିକଟରେ ଦାବୀ ଜଣାଇ ଆସୁଛୁ କିନ୍ତୁ ଆମକୁ ଅଣଦେଖା କରାଯାଉଛି । ଏଣୁ ଅଗଷ୍ଟ ୧ ତାରଖଠାରୁ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲେବରୋଟୋରି ଟେକ୍ନିସିଆନ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ କନ୍ଧମାଳ ଜିଲ୍ଲାର ୧୦ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ୨୫ଜଣ ଲବେରୋଟୋରି ଟେକ୍ନିସିଆନ କଳା ବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି ବୋଲି କହିଛନ୍ତି ଲେବରୋଟୋରି ଟେକ୍ନିସିଆନର ଜିଲ୍ଲା ସଂପାଦକ ବଳରାମ ଗୌଡ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଟେକ୍ନିସିଆନ ସଂଘର ଜିଲ୍ଲା ସଂପାଦକ ବଳରାମ ଗୌଡ, ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରିୟଙ୍କା ଦାସ ପ୍ରମୁଖ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

nineteen − one =

error: Content is protected !!