jayashree

ବିଧାୟକ ସରୋଜ ମେହେରଙ୍କ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ

ପାଟଣାଗଡ, (ଗୋରେଖନାଥ ବରିହା) : ଗତକାଲି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକର ଆୟୋଜନ ହୋଇଯାଇଛି । ଏଥିରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ପଦକ୍ଷେପ ପାଇଁ ଆଲୋଚନା କରାଯାଇଥିଲା । ଶେଷରେ ଡାକ୍ତରଖାନା ପରିଦର୍ଶନ କରି ସୁବିଧା ଅସୁବିଧା ବୁଝିଥିଲେ ବିଧାୟକ ସରୋଜ ମେହେର । ଏଥିରେ ବିଧାୟକଙ୍କ ସହ ତହସିଲଦାର, ଏସ୍‌ଡିଏମ୍‌ଓ, ବିଡିଓ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.