csstore

ବାଇକ୍‌ ଅଟକାଇ ମୋବାଇଲ, ଏୟାର ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ହେବ ଭଟିଲି ଉଦେପାଲି ଗାଁର ଆଶିଷ କୁମାର ଭୋଇ ସହକାରୀ ରାଜସ୍ୱ ନିରୀକ୍ଷକ ଭାବରେ ଗାଇସିଲେଟ ତହସିଲ କାର୍ୟ୍ୟାଳୟରେ ଯୋଗ ଦେଇଛନ୍ତି । ସିଏ ଆଜି ସକାଳେ ନିଜ ଗାଁ ଉଦେପାଲିରୁ ବାହାରି ନିଜ କର୍ମଭୂମି ଗାଇସିଲେଟକୁ ବାଇକ୍‌ ଯୋଗେ ଯାଉଥିବା ବେଳେ ପୂର୍ବାହ୍‌ହ୍ନ ୧୦ଟା ୩୦ମି ସମୟରେ ଗାଇସିଲେଟ ଥାନା ଅନ୍ତର୍ଗତ ଚାଣ୍ଟିପାଲି ଛକ ଏବଂ ବଲାଙ୍ଗିର ଜିଲ୍ଲା ନଅଗାଁ(କ) ମଧ୍ୟରେ ରାସ୍ତା ମଝିରେ ଏକ ଏଚ୍‌ଏଫ୍‌ ଡିଲକ୍ସ ବାଇକ ରଖିଦେଇ ୩ ଜଣ ଯୁବକ ମୁଖା ପିନ୍ଧି ରାସ୍ତା ଅବରୋଧ କରି ଶ୍ରୀ ଭୋଇଙ୍କୁ ଅଟକାଇଥିଲେ । ଭୋଇ ଅଟକି ଗଲା ପରେ ତାଙ୍କୁ ବାଇକରୁ ଠେଲି ଦେଇଥିଲେ । ଯାହାଫଳରେ ଶ୍ରୀ ଭୋଇ ତଳେ ପଡିଯାଇଥିଲେ । ତାଙ୍କ ଠାରୁ ମୋବାଇଲ ଫୋନ ସହ ଏକ ଏୟାର୍‌ ବ୍ୟାଗ, ଯେଉଁଥିରେ ତାଙ୍କ ଜରୁରୀ ଦସ୍ତାବିଜ ସହ ଏକ ଡାଏରୀ ଥିଲା ସବୁ ଲୁଟିନେଇ ଚମ୍ପଟ ମାରିଥିଲେ । ଏ ନେଇ ଶ୍ରୀ ଭୋଇ ଗାଇସିଲେଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ଖବର ଶୁଣି ଲୋକେ ଏହି ରାସ୍ତାକୁ ନିରାପଦ ମଣୁନାହାନ୍ତି ।

jayashree
Leave A Reply

Your email address will not be published.