
ଜଙ୍ଗଲରେ ପଶୁ ଶିକାର କରୁଥିବା ଦୁଇଜଣଙ୍କୁ ଗିରଫ କଲା ପୋଲିସ : ୧ଟି ଦେଶୀ ପିସ୍ତଲ ସହ ୧ଟି ଦେଶୀ ସିଙ୍ଗିଲ ବେରେଲ୍ ରାଇଫଲ ଜବତ

ବଲାଙ୍ଗିର, (କେପିଏନ୍ଏସ୍) : ଜଙ୍ଗଲରେ ପଶୁ ଶିକାର କରୁଥିବା ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଦେଶୀ ସିଙ୍ଗିଲ ବେରେଲ ରାଇଫଲ ଜବତ ହୋଇଥିବା ସଦର ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନାନୁସାରେ ଗତକାଲି ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ସଦର ଆଇଆଇସି ଶ୍ରୀକାନ୍ତ ସାହୁ, ଏଆଇସି ମଳୟ କୁମାର ପଣ୍ଡା ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ବନ୍ଛୋରପାଲି-ଅନ୍ତପାଲି-ରେଙ୍ଗାଲି ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସୂଚନା ପାଇଥିଲେ ଯେ, ଅନ୍ତପାଲି ଗ୍ରାମର ଦୁଇଜଣ ବ୍ୟକ୍ତି ଗଣେଷ ଦେହୁରୀ(୨୨) ଓ ରୁବାସ କୁଟା(୨୨) ଗୋଟିଏ ଦେଶୀ ସିଙ୍ଗିଲ ବେରେଲ ରାଇଫଲ ସାହାଯ୍ୟରେ ଗାଁ ରାସ୍ତାକଡ ଜଙ୍ଗଲରେ ପଶୁ ଶିକାର କରୁଛନ୍ତି । ଏହି ସୂଚନାକୁ ଆଧାର କରି ପୋଲିସ ଟିମ୍ ପକ୍ଷରୁ ଚଢାଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା । ଗିରଫ ବ୍ୟକ୍ତି ଦ୍ୱୟ କୌଣସି ଆର୍ମ ଲାଇସେନ୍ସ୍ ଦେଖାଇ ପାରିନଥିବା ବେଳେ ସେମାନେ ପଶୁ ଶିକାର କରିଥିବା ନିଶ୍ଚିତ ହୋଇଛି ପୋଲିସ ।