ଗତ ୨୪ ଘଂଟାରେ ରାଜ୍ୟରେ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୮୯୧୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୭୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୭୭, ବାଲେଶ୍ୱରରୁ ୧୨୯, ବରଗଡ଼ରୁ ୧୦, ଭଦ୍ରକରୁ ୮୯, ବଲାଙ୍ଗିରରୁ ୨, କଟକରୁ ୨୪୩, ଦେବଗଡ଼ରୁ ୬, ଢେ଼ଙ୍କାନାଳରୁ ୧୩, ଗଜପତିରୁ ୧୬, ଗଂଜାମରୁ ୯, ଜଗତସିଂହପୁରରୁ ୬୧, ଯାଜପୁରରୁ ୧୧୦, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୬, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୮୭, କେଉଁଝରରୁ ୨୪, ଖୋର୍ଦ୍ଧାରୁ ୪୯୦, କୋରାପୁଟରୁ ୯, ମାଲକାନଗିରିରୁ ୧୯, ମୟୁରଭଂଜରୁ ୫୯, ନବରଂଗପୁରରୁ ୬, ନୟାଗଡ଼ରୁ ୨୮, ପୁରୀରୁ ୧୩୯, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୨୩, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୪୭ ଓ ଷ୍ଟେଟ ପୁଲ୍‌ରୁ ୯୪ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.