oom

ସିଏନ୍‌ସିରେ ସ୍ନାତକ ସମାରୋହ-୨୦୨୦ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ସିଏନ୍‌ସିରେ ସ୍ନାତକ ସମାରୋହ-୨୦୨୦ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି । ଗତ ୨୧ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ସିଏନ୍‌ସି କଲେଜ ଥିଏଟର ରୁମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସରକାରୀ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଶିବା ପ୍ରସାଦ ନନ୍ଦ ଯୋଗ ଦେଇଥିବା ବେଳେ ଉଭୟ ସିଏନ୍‌ସି ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ଏବଂ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ । ଅନ୍ୟ ସମ୍ମାନିତ ଅତିଥିମାନେ ହେଲେ ଅଲ୍‌ ଜଜିରା ମିଡିଆ ନେଟୱାର୍କ, ଦୋହାର ମୁଖ୍ୟ (ଅର୍ଗାନାଇଜେସନ୍‌ ଡେ଼ଭ୍‌ଲପ୍‌ମେଂଟ) ବଳଭଦ୍ର ପଟ୍ଟନାୟକ, ବଲାଙ୍ଗିର ଓଭୋ ଫାର୍ମ ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର ଏବଂ ସିଏ ଦୀପକ ଛାପାଡ଼ିଆ । କେବଳ ଦୁଇଜଣ ନୂତନ ସ୍ନାତକ ଶିକ୍ଷାର୍ଥୀ ଆଦର୍ଶ ଦାଶ ଏବଂ ସ୍ନିଗ୍ଧା ସାଗାରିକା ସାହୁ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିଥିବା ବେଳେ ଅନ୍ୟ ସମସ୍ତ ବି.କମ୍‌-୨୦୨୦ର ସ୍ନାତକ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ମୋଡ୍‌ରେ ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥି ଏବଂ ନିର୍ଦ୍ଦେଶକମାନେ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବୋଧିତ କରିଥିଲେ । ସମ୍ମାନିତ ଅତିଥିମାନେ ଭିଡିଓ କ୍ଲିପଗୁଡିକରେ ସେମାନଙ୍କର ବାର୍ତ୍ତା ପ୍ରଦାନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ସିଏନ୍‌ସି କ୍ୟାମ୍ପସ୍ ଜୀବନର ଅଭିଜ୍ଞତା ସେଆର୍‌ କରିଥିଲେ ।

କୃତି ଛାତ୍ରୀ ସ୍ନିଗ୍ଧ ସାଗରିକା ସାହୁଙ୍କୁ କ୍ଲାସ ଟପ୍ପର ଭାବରେ ନିର୍ଦ୍ଦେଶକ ସ୍କୋଲାର୍‌ସିପ୍ ଏବଂ ହେମଲତା ପଟ୍ଟନାୟକ ସ୍କୋଲାରସିପ୍ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ କ୍ଲାସ ଟପ୍ପର ଛାତ୍ରୀଙ୍କୁ ନିର୍ଦ୍ଦେଶକ ସ୍କୋଲାର୍‌ସିପ୍ ପାଇଁ ନଗଦ ପୁରସ୍କାର ରାଶି ୫,୦୦୦/- ଏବଂ ହେମଲତା ପଟ୍ଟନାୟକ ସ୍କୋଲାରସିପ୍ ପାଇଁ ୯,୦୦୦/- ନଗଦ ଟଙ୍କା ପ୍ରଦାନ କରାଯାଇଥାଏ ।

ଏହି କାର୍ୟ୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଥିଲେ । ଅନ୍‌ଲାଇନ୍‌ ମୋଡ଼ରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ଥିବା ପରି ସେମାନେ ଅନୁଭବ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଅଧ୍ୟାପକ ମଞ୍ଜିତ ଚନ୍ଦ୍ର ଦୋରା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଧୀରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.