ସଇଁନ୍ତଲା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦାରଖ, ପ୍ରଧାନ ଶିକ୍ଷକଙ୍କୁ ବିଗିଡିଲେ ଶିକ୍ଷା ଅଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେଲାଣି ସ୍କୁଲ କଲେଜ ବନ୍ଦ ହୋଇଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଘରେ ରହି ପାଠ ପଢୁଛନ୍ତି । ତେବେ ରାଜ୍ୟ ଗଣଶିକ୍ଷା ବିଭାଗଙ୍କ ନିଷ୍ପତ୍ତି ଯୋଗୁଁ ଆସନ୍ତା ୨୬ ତାରିଖ ଦିନ ସମସ୍ତ ସ୍କୁଲ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଓ ଜିଲ୍ଲା ନୋଡାଲ ଅଫିସର ସୂର୍ଯ୍ୟମଣି ମିଶ୍ର ପ୍ରମୁଖ ତଦାରଖ କରିଛନ୍ତି । ତେବେ ସ୍କୁଲ ଖୋଲିବା ପୁର୍ବରୁ ସ୍କୁଲ ସଫାସୁତୁରା କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ସ୍କୁଲରେ କୌଣସି ପ୍ରକାରର ସ୍ୱଚ୍ଛତା ରହି ନଥିବା ବେଳେ ଅସନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଏଥିରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!