ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡାଙ୍କ କବିତା ସଙ୍କଳନ “ତେଜ୍ ପତର୍” ଉନ୍ମୋଚିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ନିଜ ହାସ୍ୟ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଲୋକଙ୍କ ମୁହଁରେ ହସ ଫୁଟାଇବାରେ ଖୁବ ଆଗ୍ରହ ପ୍ରକାଶ କରୁଥିବା ବିଶିଷ୍ଠ ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡା ନିଜ ଜୀବନରେ ବହୁତ କବିତା ଲେଖିଛନ୍ତି । ଗତକାଲି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡାଙ୍କ ରଚିତ ପୁସ୍ତକ ‘ତେଜ୍ ପତର୍’ ଉନ୍ମୋଚିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ବିଶ୍ୱଜିତ ମିଶ୍ର ଉପସ୍ଥିତ ଥିବା ବେଳେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ସଭାର ସଭାପତିତ୍ତ କରିଥିବା ବେଳେ ଅଧ୍ୟାପକ ମୋହନ ସାହୁ ପୁସ୍ତକର ସମୀକ୍ଷା କରିଥିଲେ । ପୁସ୍ତକ ପ୍ରକାଶକ ରାଜେନ୍ଦ୍ର ମିଶ୍ରଙ୍କ ସହିତ କବି ସଚ୍ଚିଦାନନ୍ଦ ପଣ୍ଡା ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପକ ସୁନନ୍ଦା ଦାଶ । ଏହି ଉତ୍ସବରେ ସମସ୍ତ ଅତିଥି ମାନଙ୍କୁ ତେଜପତ୍ରରେ ତିଆରି ହୋଇଥିବା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କରୋନା ନିୟମ ଅନୁଯାୟୀ ସବୁ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମାନ୍ୟଗଣ୍ୟ କବି ସାହିତ୍ୟିକ ପ୍ରଶଂସକ ଯୋଗଦେଇଥିଲେ ।

Leave A Reply

Your email address will not be published.