ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ : ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଜଣେ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ରଗୁଡିଆପଡା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୁରୁବାର ସକାଳ ସମୟରେ ରଗୁଡ଼ିଆ ଗାଁର ଶାନ୍ତି ନାଏକ ଅଳିଆ ପକାଇବାକୁ ରଗୁଡ଼ିଆପଡା ନାଳ ନିକଟକୁ ଯାଇଥିବା ସମୟରେ ଗୋଟିଏ ଶିଶୁ କାନ୍ଦୁଥିବା ଦେଖିବାକୁ ପାଇଥିଲେ । ନିକଟକୁ ଯାଇ ଦେଖିବା ବେଳକୁ ଏକ ଶିଶୁ କନ୍ୟା ନାଳ ନିକଟରେ ପଡିଥିବା ଦେଖିଥିଲେ । ଶାନ୍ତି ଉକ୍ତ ସ୍ଥାନରୁ ଶିଶୁ କନ୍ୟାକୁ ଉଦ୍ଧାର କରି ଘରେ ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.