ଆଦୃତ ଚିଲ୍‌ଡ୍ରେନ୍‌ ହୋମ୍‌କୁ ଏକ ବସ୍‌ ଦାନ କଲେ ଓମ୍‌ ଭେଲି ସ୍କୁଲ ଚେୟାର୍‌ମେନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାୱା ଏକାଡେମୀ ଅନ୍ତର୍ଗତ ଆଦୃତ ଚିଲ୍‌ଡ୍ରେନ୍‌ ହୋମ ବଲାଙ୍ଗିର ଶାଖାରେ ରହୁଥିବା ୩୫ ଜଣ ଅନାଥ ଶିଶୁଙ୍କ ଉଦ୍ଦେଶ୍ୟରେ ସହାୟତାର ହାତ ବଢ଼ାଇ ଉକ୍ତ ସଂସ୍ଥାକୁ ଏକ ବସ୍‌ ପ୍ରଦାନ କରିଛନ୍ତି ଟିଟିଲାଗଡର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ଚେୟାର୍‌ମେନ ଦୀପକ ସାହୁ । ଆଦୃତ ଚିଲ୍‌ଡ୍ରେନ୍‌ ହୋମ୍‌ ବଲାଙ୍ଗିର ଶାଖାର ସଭାପତି ଆଦିତ୍ୟ କୁମାର ମହାନ୍ତି ଓ ସମ୍ପାଦିକା ସୁପ୍ରୀତି ମହାନ୍ତି ତାଙ୍କ କର୍ମଚାରୀଙ୍କୁ ଟିଟିଲାଗଡକୁ ପଠାଇ ଚାରଭଟା ସ୍ଥିତ ଓମ୍‌ ଭେଲି ସ୍କୁଲ ପରିସରରୁ ଉକ୍ତ ବସ୍‌ଟିକୁ ଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍କୁଲ ପକ୍ଷରୁ ସ୍କୁଲର ପିଆରଓ ଶ୍ରୀ ଦୀପକ ସମାଦ୍ଦାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.