ଦେଓଗାଁ ସିଏଚସିରେ ରୋଗୀ କଲ୍ୟାଣ ସମିତି ବୈଠକ : ରୋଗୀ କଳ୍ୟାଣ ଓ କେନ୍ଦ୍ରର ବିକାଶ ପାଇଁ ଉଦ୍ୟମ କରାଯିବ : ନରସିଂହ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟା ସମୟରେ ଦେଓଗାଁ ସିଏଚସି ସଭା କକ୍ଷରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦେଓଗାଁ ବିଡିଓ ମୁରଳୀଧର ନାୟକ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ସୁରେନ୍ଦ୍ର ପରକୀଆ, ଡ.ଗୀତାଞ୍ଜଳୀ ସାହୁ, ଆୟୁସ ଡାକ୍ତର ଡ.ମମତାମୟୀ ଦାଶ, ବ୍ଳକ ଶିକ୍ଷା ଅଧିକାରୀ ସଙ୍କିର୍ତ୍ତନ୍ୟ ବାଗ, ଆରଡବ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତ ସହ କମିଟିର ସଭ୍ୟ ଦୁର୍ଗାପ୍ରସାଦ ସିଂଦେଓ, ମୟ ପ୍ରଧାନୀ, ସ୍ନେହଲତା ସାହୁ ଓ ରାମଜୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିପିଏମ କୁମୁଦ ରଞ୍ଜନ ନାୟକ, ହିସାବ ନିରୀକ୍ଷକ ସମୀର ସିଂ, ଡାଟା ପରିଚାଳକ ବିପ୍ଳବ ମିଶ୍ର ସହଯୋଗ କରିଛନ୍ତି । ହୃଷିକେଶ ଦାଶ ସଭାପରିଚାଳନା କରିଥିଲେ । ଆଜିର ଏହି ବୈଠକରେ ଆଲୋଚନାର ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଦ୍ୟୁତିକରଣ ପାଇଁ ୨୨୯୨୦ ଟଙ୍କା, କମ୍ପ୍ୟୁଟର ମରାମତି ପାଇଁ ୮୮୦୦, କେନ୍ଦ୍ର ପରିସରରେ ସଚେତନତା ସୃଷ୍ଟି କରିବା ପାଇଁ କାନ୍ଥରେ ଚିତ୍ର ଆଙ୍କିବା ଓ ଫ୍ଳେକ୍ସ ବାବଦରେ ୯୫ହଜାର, ଭେକସିନ ପରିବହନ ବାବଦରେ ୨୪ହଜାର, ସ୍ୱାସ୍ଥ୍ୟ କର୍ମିଙ୍କ ତଥ୍ୟ ସଂଗ୍ରହ ଡାଏରି ପାଇଁ ୩୬୪୦ଟଙ୍କା ବ୍ୟୟ କରାଯାଇଥିବା ଦର୍ଶଯାଇଥିଲା । ସମିତିର ସଭା ପାଇଁ ୭ହଜାର ଟଙ୍କା, ଓପିଡି ଓ ବିପିଏମୟୁ କୋଠାରେ କାଚର କବାଟ ଓ ଝରକା ବାବଦରେ ୨୫ହଜାର ଟଙ୍କା, ସିଏଚସି ଅଧିକ୍ଷକ ଓ ସନଷ୍ଟୋକ କୋଠାରେ ଏସି ଓ ଷ୍ଟେବଲାଇଜର ଲଗାଇବା ପାଇଁ ୧ଲକ୍ଷ ୧୦ହଜାର, ଡ୍ରେସିଙ୍ଗ କୋଠରୀର ବିଭିନ୍ନ ସାମଗ୍ରୀ କଣିବା ପାଇଁ ୧୪ହଜାର, ରୋଗୀଙ୍କ ପାଇଁ ବେଡ଼ସାଇଟ ଟେବୁଲ ପାଇଁ ୨୧ହଜାର, ରୋଗୀଙ୍କ ପାଇଁ ବେଟସିଟ ସଫେଇ ସହ କେନ୍ଦ୍ରର ବିଭିନ୍ନ ସାମଗ୍ରୀର ସଫେଇ ପାଇଁ ବାର୍ଷିକ ଆଉଟ ସୋର୍ସିଙ୍ଗ ଜରିଆରେ ୧୦ହଜାର, ସଫା ସୁତୁରା କରିବା ପାଇଁ ୫ ହଜାର, ଔଷଧୀୟ ବଗିଚାର ରକ୍ଷଣା ବେକ୍ଷଣ ପାଇଁ ୫ହଜାର, ୩ଟି ଆଲମାରୀ ଆଣିବା ପାଇଁ ୩୦ହଜାର ଟଙ୍କା ରେପେରାଲ ପରିବହନ ୧୦ ହଜାର, ଜରୁରୀକାଳୀନ ଔଷଧ ଓ ସାମଗ୍ରୀ କିଣିବା ପାଇଁ ୨୦ହଜାର, ନବଜାତ ଶିଶୁଙ୍କ ପାଇଁ ମଶାରୀ ବ୍ୟବସ୍ତା କରିବା ପାଇଁ ୧୨ହଜାର, ବାର୍ଷିକ ଅଡ଼ିଟ ଖର୍ଚ୍ଚ ପାଇଁ ୩ହଜାର ଟଙ୍କା, ରେଜିଷ୍ଟର ଓ ଟିକେଟ ପ୍ରିଣ୍ଟ କରିବା ପାଇଁ ୨୦ହଜାର, କରୋନା ଟୀକା ପରିବହନ ବାବଦରେ ୩୩ହଜାର ୬ଶହ, ଜରୁରୀକାଳୀନ ରୋଗୀଙ୍କ ସେବା ପାଇଁ ଡ଼ିଜେଲ ଖର୍ଚ୍ଚ ପାଇଁ ୧୦ହଜାର ଟଙ୍କା, ଡିଜି ସେଲରେ ଡିଜେଲ ପକାଇବା ପାଇଁ ୧୦ହଜାର ଟଙ୍କା ଖର୍ଚ୍ଚ ଅଟକଳ ପାଇଁ ବେଜେଟ ପାସ ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଜଣ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ, ଆମ୍ବୁଲାନ୍ସ ଓ ଡ୍ରାଇଭର ନିଯୁକ୍ତି କରିବାକୁ ଅନୁରୋଧ କରାଯାଇଥିଲା । ସେହିପରି ବିଧାୟକ ପାଣ୍ଠିରୁ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ଛକ ନିକଟରେ ହାଇମ୍ୟାକ୍ସ ଲାଇଟର ବ୍ୟବସ୍ତା, ପୁରୂଣା କୋଠାରେ ଲାଗିଥିବା ଆଜବେଷ୍ଟର ବଦଳରେ ଛାତ କରିବାକୁ ଦାବୀ କରିବା ସହ କେନ୍ଦ୍ର ପରିସରର ନୂଆଁ ଓପିଡି ଓ ଆରଏଚଟିସିକୁ କଂକ୍ରିଟ ରାସ୍ତା, ଡାକ୍ତର କୋଠରିରେ ପାଣି ବ୍ୟବସ୍ତା ସହ ପାଇଖାନା ବ୍ୟବସ୍ଥା କରିବାକୁ ଡାକ୍ତରଖାନା ପକ୍ଷରୁ ଦାବୀ କରାଯାଇଥିଲା । ବିଧାୟକ ଶ୍ରୀ ମିଶ୍ର ଦାବୀକୁ ଯୁକ୍ତି ଯୁକ୍ତ କହି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.