ସୁଦପଡା ମଦଭାଟି ରାସ୍ତାରେ ବିଳମ୍ବିତ ରାତିରେ ତିନୋଟି କାର୍‌ର କାଚ ଭାଙ୍ଗିଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବିଳମ୍ବିତ ରାତିରେ ତିନୋଟି କାର୍‌ର କାଚକୁ କିଛି ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ମାଲିକ । ସୁଚନା ଅନୁସାରେ, ସ୍ଥାନୀୟ ସୁଦପଡା ମଦଭାଟି ରାସ୍ତାରେ ଡ. ଦିନେଶ ଅଗ୍ରୱାଲ ଏବଂ ଅନ୍ୟ ୨ ଜଣ ବ୍ୟକ୍ତିଙ୍କ କାର୍‌ ଗୁଡିକୁ ରାସ୍ତା ଉପରେ ରଖିଥିବା ବେଳେ କିଛି ଦୁବୃର୍ତ୍ତମାନେ ଗତକାଲି ବିଳମ୍ବିତ ରାତିରେ କାର୍‌ ଗୁଡିକର କାଚକୁ ଭାଙ୍ଗି ଦେଇଛନ୍ତି । ତେବେ ଘଟଣା ସଂପର୍କରେ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.