ବର୍ଷାର ଦେଖା ନାହିଁ, ଚାଷୀ ଆତୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷାର ଦେଖା ନାହିଁ, ଚାଷୀମାନେ ଆତୁର ହେଲେଣି । ଗତ କିଛିଦିନ ହେଲା ବର୍ଷା ନାହିଁ । ଫଳରେ ଚାଷଜମିରେ ହୋଇଥିବା ବର୍ଷାଜଳ ଖରାରେ ଶୁଖିସାଇଛି । ଏପରିକି ଅନେକ କୃଷିକ୍ଷେତ୍ର ଏବେ ଚାରଣ ଭୂଇଁ ପାଲଟିଛି । ଚାଷୀମାନେ ଚାଷ ଲାଗି ପ୍ରାରମ୍ଭିକ ବେଉଷଣ କାମ ଆରମ୍ଭ କରି ପାରୁନାହାନ୍ତି । ଜଳାଭାବ କାରଣରୁ ଜମିରେ ଏ ଯାଏଁ ତଳିପକା କାର୍ଯ୍ୟ ହୋଇପାରୁ ନାହିଁ । ବର୍ଷାଋତୁରେ ଚାଷଜମି ଫାଟି ଆଁ କରିଛି । ନିଅଣ୍ଟ ବର୍ଷାକୁ ନେଇ ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି । ସାଧାରଣତଃ ଜୁନରେ ମୌସୁମୀର ଆଗମନ ପରେ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭରେ ସହାୟକ ହୋଇଥାଏ । କିନ୍ତୁ ଚଳିତ ଥର ଅଧା ପରିମାଣର ବର୍ଷା ହୋଇଛି ।

Leave A Reply

Your email address will not be published.