csstore

ପେଟ୍ରୋଲ ପମ୍ପ ସାମ୍ନାରେ ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ ସଭାପତି ଜୟକୃଷ୍ଣ ମେହେରଙ୍କ ନେତୃତ୍ୱରେ ପାଟଣାଗଡ଼ର ତିନି ପେଟ୍ରୋଲ ପମ୍ପ ତଥା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ପେଟ୍ରୋଲ, ଡିଜେଲ ଗ୍ରାହକମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ସକାଳ ୯ଟା ସମୟରେ ଆରମ୍ଭ ହୋଇ ଦିନ ସାଢେ଼ ୧୧ଟାରେ ଶେଷ ହୋଇଥିଲା । ପମ୍ପକୁ ଆସୁଥିବା ଗ୍ରାହକମାନଙ୍କୁ କଂଗ୍ରେସ ପକ୍ଷରୁ ମିଠା ଖୁଆଇ ସ୍ୱତଃ ପ୍ରବୃତ୍ତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦ ଦାବୀରେ ଦସ୍ତଖତ କରୁଥିବା ଦେଖାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ପିସିସି ସଭ୍ୟ ଅନିଲ ମେହେର, ସିଦ୍ଧାର୍ଥ ମିଶ୍ର, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ବସନ୍ତ ଧରୁଆ, ସୁମନ ଖାନ, ଧର୍ମା ମେହେର, ସୁରେଶ ମେହେର, ଖୁସି ତରୁଣ ବନଛୋର, ବିଶାଳ ରାହା, ଅନ୍ତ ଠାକୁରଙ୍କ ସହ ଅନ୍ୟ ସଦସ୍ୟମାନେ ସାମିଲ ଥିଲେ ।

jayashree
Leave A Reply

Your email address will not be published.