ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋବିନ୍ଦ ନାୟକଙ୍କୁ ସହାୟତା ରାଶି ପ୍ରଦାନ

ଡ଼େଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡ଼େଲାଙ୍ଗ ତହସିଲ ଅନ୍ତର୍ଗତ ଡ଼େଲାଙ୍ଗ କୋଠବାଡ ପଞ୍ଚାୟତର ବଡଆଙ୍କୁଲା ଗ୍ରାମର ଗୋବିନ୍ଦ ନାୟକଙ୍କୁ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଡ଼େଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ପ୍ରଦାନ କରିବା ସମୟରେ ଡ଼େଲାଙ୍ଗ ବିଡିଓ ଦିଲୀପ କୁମାର ଷଡଙ୍ଗୀ ଉପସ୍ଥିତ ଥିଲେ । ଏହି ଅର୍ଥକୁ ପୀଡିତ ବୃଦ୍ଧଙ୍କ ବିଧବା ବୋହୂକୁ ପ୍ରଦାନ କରାଯାଇଛି । ସୂଚନାନୁସାରେ ସେ ଅନେକ ଦିନ ଧରି କିଡ଼ନୀ ଜନିତ ରୋଗରେ ଗୋବିନ୍ଦ ଆକ୍ରାନ୍ତ ଥିଲେ । ଗତ ୨ ବର୍ଷ ତଳେ ତାଙ୍କ ଧର୍ମ ପତ୍ନୀ ଓ ପୁଅଙ୍କ ଦେହାନ୍ତ ଘଟିଥିବା ବେଳେ ଏକ ମାତ୍ର ବିଧବା ବୋହୂ ପକ୍ଷେ ଶ୍ୱଶୁରର ଚିକିତ୍ସା କରାଇବା ବଡ କଷ୍ଟକର ହୋଇପଡ଼ିଛି । ତାଙ୍କର ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଥିବା ବେଳେ ତହସିଲଦାର ଶ୍ରୀ ବଢେଇ ଅଧିକ ଚିକିତ୍ସା ପାଇଁ ପରିବାରକୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.