ଗୋବିନ୍ଦଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଡେଲାଙ୍ଗ, (ଦିିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଡେଲାଙ୍ଗ କୋଠବାଡ ଗ୍ରାମ ପଂଚାୟତ ବଡଆଙ୍କୁଲା ଗ୍ରାମର ପରିବାରର ରୋଜଗାର କ୍ଷମ ଗୋବିନ୍ଦ ନାୟକ(୬୦) ଦିନ ମଜୁରୀଆ ଭାବେ କାର୍ଯ୍ୟକରି ପରିବାର ଭରଣ ପୋଷଣ କରୁଥିଲେ । ସୂଚନାନୁସାରେ ଆଜକୁ ପ୍ରୟ ୨ବର୍ଷ ତଳେ ସ୍ତ୍ରୀ ଓ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ଗୋବିନ୍ଦ ଏବେ ନିଜେ କିଡିନି ଜନିତ ରୋଗରେ ପିଡିତ ହୋଇ ଶର୍ଯ୍ୟାଶାୟୀ ରହିଛନ୍ତି । ତାଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଘରେ ଏକମାତ୍ର ବିଧବା ବୋହୁ । ପରିବାର ଚଳିବା ପାଇଁ ବଡ କଷ୍ଟକର ହୋଇପଡିଛି । ଗୋଟେ ପଟେ ଶ୍ୱଶୁରଙ୍କର ଚିକତ୍ସା ପାଇଁ ଅର୍ଥର ଆବଶ୍ୟକତା ପଡୁଥିବା ବେଳେ ଅନ୍ୟପଟେ ପରିବାର ଚଳାଇବା ପାଇଁ ଏବେ ବୋଝ ହୋଇଯାଇଛି । ଡେଲାଙ୍ଗ ଅଂଚଳର ସମାଜସେବୀ ବିଶ୍ୱଜିତ ପାଢୀ ଏନେଇ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପିପିଲି ଟୁଇଟର କ୍ଲବ ମାଧ୍ୟମରେ ଗୋବିନ୍ଦଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଅନୁରୋଧ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.