ଓଡିଶା ବନ୍ଦକୁ ଆମ୍ ଆଦମୀ ପାର୍ଟିର ସମର୍ଥନ

  • ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟ, ଖାଇବା ତେଲ ଏବଂ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଓଡ଼ିଶା ବନ୍ଦ ଡାକରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ସମୟରେ କେନ୍ଦ୍ରର ନେତୃତ୍ୱାଧିନ ମୋଦି ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅତ୍ୟଧିକ ମୂଲ୍ୟ ବୃଦ୍ଧି କରି ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଛନ୍ତି । କରୋନା ମହାମାରୀ ସମୟରେ ପ୍ରଥମ ଓ ଦ୍ୱିତୀୟ ଲହରରେ ଲୋକେ ହନ୍ତସନ୍ତର ଶିକାର ହୋଇ ସେମାନଙ୍କ ଜିବୀକା ହରାଇ ଥିବା ବେଳେ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ସାଂଗକୁ ଖାଇବା ତେଲ, ଡାଲି, ପନିପରିବା ଭଳି ସବୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧି ଗରୀବ ଓ ମଧ୍ୟ୍ୟବିତ୍ତ ଜନତାଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରିଦେଇଛି । କେନ୍ଦ୍ର ସରକାରଙ୍କ ଟିକସ ଓ ଦର ବୃଦ୍ଧିକୁ ବିରୋଧ କରିବା ପରିବର୍ତ୍ତେ ରାଜ୍ୟର ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଅଧିକାଂଶ ନୀତିକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି, ବାମପନ୍ଥୀ ଦଳ ଏବଂ ଅନ୍ୟ ବିରୋଧୀ । ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବାହାର ରାଜ୍ୟରୁ ବିଜୁଳି କିଣି ସବୁ ବର୍ଗର ୭୩ ପ୍ରତିଶତ ଲୋକଙ୍କୁ ୨ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଉଥିବା ବେଳେ, ଓଡିଶା ସରକାର ବିଜୁଳି ନିଜେ ଉତ୍ପାଦନ କରି ଟାଟା କଂପାନୀର ସ୍ୱାର୍ଥରେ କାର୍ଯ୍ୟକରି ଲୋକଙ୍କୁ ଚଢ଼ା ଦରରେ ବିଦ୍ୟୁତ ଯୋଗାଇବା କେତେ ଦୂର ଠିକ୍‌ ଓଡିଶାବାସୀ ବିଚାର କରିବା ସମୟ ଆସିଛି । ତେଣୁ ଉଭୟ କେନ୍ଦ୍ରର ହିନ୍ଦୁଧର୍ମର ଠିକାଦାର ଆର ଏସଏସ ଏବଂ ବିଜେପି ସରକାର ଏବଂ ଓଡିଶାର ବିଜେଡି ସରକାରଙ୍କ ଦର ବୃଦ୍ଧି ନୀତି ବିରୁଦ୍ଧରେ ଆଜି ଅର୍ଥାତ ଗୁରୁବାର ସକାଳ ୬ ଘଣ୍ଟା ଠାରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବାମପନ୍ଥୀ ଏବଂ ଧର୍ମ ନିରପେକ୍ଷ ରାଜନୈତିକ ଦଳ ଦ୍ୱାରା ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ଆମ୍ ଆଦମୀ ପାର୍ଟି ଓଡିଶା ରାଜ୍ୟ କମିଟି ଆବାହକ ନିଶିକାନ୍ତ ମହାପାତ୍ର ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ୧୫ ତାରିଖ ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ବ୍ରହ୍ମପୁର ତୁଳସୀନଗର ପାର୍ଟି କାର୍ଯ୍ୟାଳୟ ଠାରୁ ଜିଲ୍ଲା ସଭାପତି ସୁବାଷ ରାଉତ ଏବଂ ସମ୍ପାଦକ ଆଦିତ୍ୟ ରଥଙ୍କ ନେତୃତ୍ୱରେ ଜିଲ୍ଲାର କ୍ରାନ୍ତିକାରୀ କାର୍ଯ୍ୟକର୍ତ୍ତାଙ୍କ ଏକ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଲୋକଙ୍କୁ ପେଟ୍ରୋଲ ଡିଜେଲର ଦରବୃଦ୍ଧି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ନିବେଦନ କରାଯିବ ।

ପ୍ରକାଶ ଥାଉକି, ଏହି ବନ୍ଦକୁ ବ୍ରହ୍ମପୁରବାସୀ ସ୍ୱତଃସ୍ପୃତ ଭାବେ ସମର୍ଥନ କରି ଆଗାମୀ ଦିନରେ କେଜ୍ରିୱାଲଙ୍କ ନେତୃତ୍ୱରେ ଭାରତ ବର୍ଷରେ ଏକ ବିକଳ୍ପ ଭ୍ରଷ୍ଟାଚାର ମୁକ୍ତ ଶାସନ ପ୍ରତିଷ୍ଠା ପାଇଁ ଶିକ୍ଷିତ ବିଚାରଶୀଳ ଲୋକମାନେ ସହଯୋଗ କରିବାକୁ ଉଦ୍ୟକ୍ତା ତଥା ଆମ୍ ଆଦମୀ ପାର୍ଟି ଓଡିଶା ପକ୍ଷରୁ ଆଦିତ୍ୟ ରଥ ନିବେଦନ କରିଛନ୍ତି ।

Leave A Reply

Your email address will not be published.