csstore

ଲକ୍ଷେଘର ଗଣ୍ଡା ସମାଜର ମଙ୍ଗଳଭବନ ପରିସରରେ ବୃକ୍ଷ ରୋପଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ କଣ୍ଟାବାଞ୍ଜିସ୍ଥିତ ନୂଆପଡା ଲକ୍ଷେଘର ଗଣ୍ଡାସମାଜର ମଙ୍ଗଳଭବନ ପରିସରରେ ଆଜି ବୃକ୍ଷ ରୋପଣ କରାଯାଇଥିଲା । ଗଣ୍ଡା ସମାଜର ସଭାପତି ଦୁଃଖୀଶ୍ୟାମ ରାଏଙ୍କ ପ୍ରଚେଷ୍ଟାରେ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି, ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ, ଫରେଷ୍ଟର ବିନୋଦ ବିହାରୀ ଧରୁଆ, ପ୍ରକୃତିବନ୍ଧୁ ଡୋଳାମଣି ମହତ ଯୋଗ ଦେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ପରିସରରେ ଆମ୍ବ, ଅଁଳା, ବେଲ, ଜାମୁ, କଦମ୍ବ, କରଞ୍ଜ, ହରିଡା ଆଦି ଅନେକ କିସମର ବୃକ୍ଷ ରୋପଣ କରାଯାଇଥିଲା । ଯେଉଁଠି ଜଙ୍ଗଲ ସେଇଠି ମଙ୍ଗଳ ସ୍ଳୋଗାନଦେବା ସହିତ ବୃକ୍ଷ ରୋପଣରେ ଅରୁଣ କୁମାର ବାଗ, ଚନ୍ଦ୍ରଶେଖର ନାଗ, ଅଭିମନ୍ୟୁ ବାଗ, ଭୀଷ୍ମ ମହାନନ୍ଦ, ସତ୍ୟ ନାରାୟଣ ରାଏ, ପ୍ରେମରାଜ ପାଣିଗ୍ରାହୀ, ଆଶିଷ ଜୈନ, ଲଳିତ ନାଗ, ରୋହିତାଶ୍ୱ ବାଗ ସମେତ ଅନ୍ୟ ବୃକ୍ଷ ପ୍ରେମୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.