oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି କରୁଥିବା ପ୍ରତିବାଦରେ ବିଜେପି ପକ୍ଷରୁ ଖପ୍ରାଖୋଲ ବ୍ଳକ ଘେରାଉ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ବେଳେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟା ଅନିୟମିତତା ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ କେନ୍ଦ୍ର ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ର ଲଗାଯିବା ନେଇ ବିଜେପି ପକ୍ଷରୁ ତାହା ହଟାଇବା ଦାବୀ ନେଇ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବିଜେପି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କ ପାଇଁ ଦେଉଥିବା ବେଳେ ରାଜ୍ୟର ୯ଟି ଜିଲ୍ଲାକୁ ଶୂନ୍ୟ କରିଛନ୍ତି ଓଡ଼ିଶା ନବୀନ ସରକାର । ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ତୁରନ୍ତ ଘର ଯୋଗାଇ ଦେବା ସହ ୯ ଟି ଜିଲ୍ଲାକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦାବୀ କରିଥିଲେ । ଏହି ଘେରାଉରେ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣମାସୀ ବରିହା, ସାଂସଦ ପ୍ରତିନିଧି କରମ ସିଂ ଠାକୁର, ବରିଷ୍ଠ ବିଜେପି ନେତା ସତ୍ୟ ସେନ୍ଦ୍ରିଆ, ଜିଲ୍ଲା ପରିଷଦ ସଭ୍ୟ ବିପ୍ରଚରଣ ବିଶି, ଜ୍ୟୋତ୍ସ୍ନାମୟୀ ସାହୁ, ଦେବ କାନ୍ତ ପାଣିଗ୍ରାହୀ, ସତିରାମ ବାଗ, ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ, ଶଶୀ ପୂଝାରୀ, ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ ପ୍ରମୁଖଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.