csstore

ସୀତାରାମପାଲି ଗ୍ରାମକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସ୍ଥାନୀୟ ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରର ସ୍ଥିତି ଟିକେ ସୁଧାର ଆସିଥିବା ଓ ସଂକ୍ରମଣ ହାର ସ୍ଵାଭାବିକ ହ୍ରାସ ପାଇଥିବା ବେଳେ ଗତକାଲି ପୁଣି ଏକ ଗାଁରେ ୨୨ ସଂକ୍ରମିତ ଚିହ୍ନଟ ହେବା ଯୋଗୁଁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ସୀତାରାମପାଲି ଗ୍ରାମକୁ ଜୁଲାଇ ୩ ତାରିଖରୁ ଜୁଲାଇ ୧୦ ତାରିଖ ଯାଏଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ବ୍ଲକ୍ ପ୍ରଶାସନର ନିର୍ଦ୍ଦେଶ କ୍ରମେ ବମକ ଗ୍ରା.ପ. ସରପଞ୍ଚ ଶ୍ରୀମତି ପ୍ରତିମା ସାହୁ ଏହି ଘୋଷଣା କରିଛନ୍ତି । ଏଥିରେ ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ମେହେର, ବମକ ଗ୍ରା.ପ. ସରପଞ୍ଚ ଶ୍ରୀମତି ପ୍ରତିମା ସାହୁ, କନିଷ୍ଟ ଯନ୍ତ୍ରୀ କୀର୍ତ୍ତି ରଂଜନ ବେହେରା, ପୋଲିସ ଅଧିକାରୀ ଜଗଦୀଶ ସାହୁ, ଅଙ୍ଗନୱାଡ଼ି କର୍ମୀ ତପସ୍ଵିନୀ ସାହୁ, ଆଶାକର୍ମୀ ସବିତା ସାହୁ, ରୋମାଞ୍ଚଳ ସାହୁ, ପୟଧର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.