oom

ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ : ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ାଉ କରି ଏକ ଲକ୍ଷ ୫୦ ହଜାର ଜୋରିମାନା ଆଦାୟ

jsmm

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ଡୁମୁରିଆ ଆରଆଇ ସର୍କଲ କୋଠାଘର ନିକଟରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଏବଂ ମହୁଲଡିହା ଗ୍ରାମରୁ ଦୁଇଟି ବେଇଆନ୍ ପଥର ବୋଝେଇ ଗାଡିକୁ ପାଟଣା ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ତିନିଟି ଟ୍ରାକ୍ଟର ୩୫ ହଜାର ୨୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହି ଚଢ଼ାଉରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ସୁପରଭାଇଜର ବନମାଳି ନାଏକ, ଡୁମୁରିଆ ଆରଆଇ ସ୍ମୃତିରଞ୍ଜନ ଧୀର, ମୂଷାଖରୀ ଆରଆଇ ସାର୍ଥକ ସାରଥୀ ବାରିକ, ପାଟଣା ଆରଆଇ ସତ୍ୟବ୍ରତ ସାହୁ ପ୍ରମୁଖ ସାମିଲ ଥିଲେ । ସେହିପରି ତହସିଲଦାର ତାପସ ରଞ୍ଜନ ଦେହୁରୀ ତୁରୁମୁଙ୍ଗା ଆରଆଇ ସର୍କଲର ତେନ୍ତେଳା ଗ୍ରାମରେ ଗଛିତ ଥିବା ବେଳେ ଆଇନ ବାଲି ଡିପୁରୁ ୫୦ ହଜାର ଟଙ୍କା ଏବଂ ରାଜନଗର ଆରଆଇ ସର୍କଲ ମୁରୁସୁଆଁରେ ଗଛିତ ଥିବା ବେଆଇନ ବାଲି ଡିପୁରୁ ୬୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ତହସିଲଦାରଙ୍କ ଘନ ଘନ ଚଢ଼ାଉକୁ ନେଇ ଏବେ ପାଟଣା ଅଞ୍ଚଳର ବାଲି ମାଫିଆଙ୍କ ମଧ୍ୟରେରେ କୋକୁଆ ଭୟ ସୃଷ୍ଟି ହୋଇଛି ।

jittmm
Leave A Reply

Your email address will not be published.