ବେଲପଡା ବ୍ଲକରେ ବ୍ୟାପୁଛି ନିଶା କାରବାର : ଦାମୀ ଗାଡିରେ ହେଉଛି ଚାଲଣ, ୧୨୦୦ କପ ସିରଫ ସହ ୨ ଜଣକୁ ଗିରଫ କଲା ପୋଲିସ

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା କପାଣି ଗାଁରେ ନିଶାକାର ଚାଲଣ ହେଉଥିବା ବେଳେ ଏକଚାରି ଚକିଆ ଟିଭିୟୁ ମିନର୍ଭା ଗାଡିନଂ ଓଡି୦୩ଆର୫୩୨୫କୁ ପୋଲିସ ଅଟକ ରଖିଛି ।ପରେ ପୋଲିସର ଛାନଭିନପରେ ଉକ୍ତ ଗାଡିରୁ ୧୨୦୦ କପ ସିରଫ ଜବତ କରିବା ସହ ଗାଡି ଡ୍ରାଇଭର କାର୍ତ୍ତିକ ହଂସ ଏବଂ ଗାଡି ମାଲିକ ଅର୍ଜୁନ ବେହେରାକୁ ଗିରଫ କରି ବେଲପଡା ଥାନାରେ ରଖାଯାଇଛି ।ଏହା ସହ ଏଥିରେ ସଂପୃକ୍ତ ଦୁଇ ଜଣ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡିଛି ।
ପ୍ରାପ୍ତ ସୂଚନା ମତେ ପାଟଣାଗଡ-ବେଲପଡା ରାଜ୍ୟ ରାଜପଥ ରାସ୍ତାରେ ବେଲପଡା ଆଡକୁ ଆସୁଥିବା ଚାରିଚକିଆ ଗାଡିରେ ନିଶାକାରବାର ଚୋରା ଚାରଣ ହେଉଥିବା ପାଟଣାଗଡ ପୋଲିସ ଖବର ପାଇ ପିଛା କରିଥିଲା । ପୋଲିସ ପଛରେ ଆସୁଛି ଜାଣିବା ପରେ ଉକ୍ତ ଗାଡି ସାଲେପାଲି ରାସ୍ତାରେ ପଲାଇ ଯାଇଥିଲା । ପୁଣି ରାଜ୍ୟ ରାଜପଥରେ ବାହାରି ଥିଲା । ପୋଲିସ ପଛେ ପଛେ ପିଛା କରୁଥିବା ବେଳେ ରାସ୍ତାରେ ଏକ ଗାଇଗୋଠ ପାଇଁ ପୁଲିସ ପଛରେ ରହିଯାଇଥିଲା ।ଏହାପରେ ଉକ୍ତ ଗାଡି କପାଣି ବିଶ୍ୱକର୍ମା ମନ୍ଦିର ନିକତରେ ଡ୍ରାଇଭର ତାଲା ମାରି ଗାଡି ଛାଡି ଫେରାର ମାରିଥିବା ପିଛା କରୁଥିବା ପୋଲିସ ଗାଡି ନିକଟରେ ପହଁଚି ଗାଡିକୁ ଜବତ କରିବା ସହ ତଦନ୍ତ ପରେ ସେଥିରୁ କପ ସିରଫ ଥିବା ଜଣାପଡିଥିଲା । ଏହାପରେ ଘଟଣା ସଂପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.