csstore

ରକ୍ତଦାନ କରି ଜୀବନ ବଞ୍ଚାଇଲେ କୁମୁଦିନୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ପ୍ରାୟ ୧ଟା ସମୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଜନୈକ ରୋଗୀକୁ ରକ୍ତ ଦରକାର ଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିଲା । ଦେଓଗାଁ ବ୍ଲକ୍ ସାଲେପାଲି ଗାଁର ସ୍ୱେଚ୍ଛାସେବୀ ତଥା ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀଙ୍କ ପକ୍ଷରୁ ଖବର ପାଇବା ପରେ ଦେଓଗାଁ ବ୍ଲକ ଉଡାର ଗାଁର ମହାକୁରପାଲିର ରକ୍ତଦାତା ଅଜିତ ଭୋଇଙ୍କ ଧର୍ମପତ୍ନୀ ଶ୍ରୀମତୀ କୁମୁଦିନି ଭୋଇ ଘର କାମ ଛାଡି ନିଜ ବ୍ୟବସ୍ଥାରେ ବଲାଙ୍ଗିର ଯାଇ ରକ୍ତଦାନ କରିଛନ୍ତି । ତାଙ୍କର ଏହି କାମକୁ ନେଇ ଅଞ୍ଚଳରେ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

jayashree
Leave A Reply

Your email address will not be published.