csstore

ଇଲେକ୍ଟ୍ରି ଅଫିସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଇଲେକ୍ଟ୍ରି ଅଫିସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏସଡିଓ ଚିରଞ୍ଜିତ ସାହୁଙ୍କ ନେତୃତ୍ୱରେ ପାଟଣା ଜେଇ ଶ୍ରୀ ପଦ୍ମ କିଶୋର ଜେନା ଓ ସାହାରପଡା ଜେଇ ଶ୍ରୀ ଲଷ୍ମୀକାନ୍ତ ଷଡ଼ଙ୍ଗୀଙ୍କ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଜଗନାଥ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ଫିତା କାଟି ଶୁଭାରମ୍ଭ କରିଥିବା ବେଳେ ତୁରୁମୁଙ୍ଗା ଥାନା ଅଧିକାରୀ ଶ୍ରୀ ବୈଦ୍ୟନାଥ ସାହୁ ସାନମାନୀୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସର୍ବ ପ୍ରଥମେ ଏସଡିଓ ଶ୍ରୀ ଚିରଂଜିତ ସାହୁ ଏବଂ ଥାନା ଅଧିକାରୀ ଶ୍ରୀ ବଦ୍ୟନାଥ ସାହୁ ରକ୍ତଦାନ କରି ରକ୍ତ ଦାନ ଶିବିରରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତ ଦାନ ଶିବିରରେ ସମୁଦାୟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

jayashree
Leave A Reply

Your email address will not be published.